Pratidin TV

Odisha's Digital News Platform

ଧୋକା ଦେଲ ଏବେ ଟିକେଟ ନଦେଲେ ଖରାପ ପରିସ୍ଥିତି ହେବ: ସଂଗ୍ରାମ ରାଉତରାୟ

1 min read

ଦାଣ୍ଡରେ ପଡି ଏବେ ହାଟରେ ଗଡ଼ିଲାଣି ଦାଦା ପୁତୁରାଙ୍କ କଳି | ଦାଦାଙ୍କ ମିମିଛ ପ୍ରତିଶୃତି ପାଇବା ପରେ ଏବେ ପୁତୁରାଙ୍କ ଗର୍ଜନରେ କମ୍ପି ଉଠୁଛି ସାରା ଜଟଣୀ | ଆଉ ଯେଉଁଥିପାଇଁ ଜନତା ଭୋଟ ଦେବା ପୂର୍ବରୁ ଭୟ କରିବାକୁ ଲାଗିଲେଣି | କଂଗ୍ରେସରୁଜଟଣୀ ବିଧାୟକ ପାଇଁ ଆଶାୟୀ ପାର୍ଥୀଙ୍କ ନାଁ ଘୋଷଣା କରାଯାଇନଥିବା ବେଳେ ଏବେ ସମ୍ପର୍କରେ ଇର୍ଷା ଓ ପ୍ରତିଶୋଧର ନାଁ ସେମାଙ୍କୁ ଆସିଲାଣି |

ତେବେ ପୁତୁରା କହୁଛନ୍ତ୍ତି ଦାଦା ମତେ ଧୋକା ଦେଲେ, ଅନ୍ୟପଟେ ଦାଦାଙ୍କ କହିବା କଥା ସମୟକୁ ଅପେକ୍ଷା କର ଦେଖିବୁ ହାତୀ କାହା ଉପରେ ସୁନା କଳସ ଢାଳୁଛି | ଏବଂ ଜଟଣୀ ବିଧାୟକ ଭାବେ କିଏ ନିର୍ବାଚିତ ହେଉଛି | ତେବେ ଜଟଣୀ ଆସନ ପାଇଁ ଚାଲିଛି ଠେଲାପେଲା | କଂଗ୍ରେସରେ ସନ୍ତୋଷ ଜେନା ମିଶ୍ରଣକୁ ବିରୋଧ | ତେବେ କିଛି ଦିନ ତଳେ ସନ୍ତୋଷ ଜେନା କଂଗ୍ରେସରେ ସାମିଲ ହୋଇଥିଲେ | ଗତକାଲି ସୁରା ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ନେତୃତ୍ୱରେ ସନ୍ତୋଷ ଜେନା କଂଗ୍ରେସରେ ମିଶିବାକୁ ଆସିଥିଲେ | ତେବେ ଏହାକୁ ନେଇ କଂଗ୍ରେସ ଭବନରରେ ହଟକଳ ଓ ହୋ ହାଲା କରିଛନ୍ତି ସୁରା ରାଉତରାୟଙ୍କ ପୁତୁରା ସଂଗ୍ରାମ ରାଉତରାୟ ଏବଂ ତାଙ୍କ ସମର୍ଥକମାନେ |

Advertisement

ସଂଗ୍ରାମ ରାଉତରାୟ ବହୁତ ବର୍ଷ ହେଲାଣି କଂଗ୍ରେସରେ ରହି ଆସୁଛନ୍ତି | ଏବଂ କଂଗ୍ରେସରେ ଆଶାୟୀ ଭାବେ ଟିକେଟରେ ମଦାୟ ଅଛନ୍ତି | ତେବେ କାହିଁକି ବାହାର ଲୋକଙ୍କୁ ଟିକେଟ ମିଳିବ ବୋଲି ଅଭିଯୋଗ କରି ସେ ଏବଂ ତାଙ୍କ ସମର୍ଥକମାନେ କରିଛନ୍ତି ବିରୋଧ | ଏବଂ ଯଦି ଟିକେଟ ମିଳିବ ତେବେ ସଂଗ୍ରାମଙ୍କୁ ମିଳିବ ବୋଲି ତାଙ୍କ ସମର୍ଥକଙ୍କ ସହ ହୋହାଲା କରି କହିଛନ୍ତି | ଆଉ ଏହା ମଧ୍ୟ ସଂଗ୍ରାମ ରାଉତରାୟ କହିଛନ୍ତି, ଏଥର ଯଦି ଦାଦା ତଥା ସୁରା ରାଉତରାୟ ନିର୍ବାଚନ ଲଡ଼ୁନାହାନ୍ତି ତେବେ ମତେ କ’ଣ ପାଇଁ ଦିଆଯିବ ନାହିଁ | କାରଣ ପୂର୍ବ ଥରପାଇଁ ଦାଦାଙ୍କ ପାଇଁ ଏହି ଆସନ ତ୍ୟାଗ କରିଥିଲେ | ତେବେ ଏଥର ତାଙ୍କୁ ଟିକେଟ ମିଳିବ ଏବଂ ସେ ଏହା ପାଇଁ ଯୋଗ୍ୟ ବୋଲି କହିଛନ୍ତି | ଏବଂ ଯଦି ଆଉ କାହାକୁ ଟିକେଟ ମିଳେ ତେବେ ଜଟଣୀରେ ବ୍ୟାପକ ବିରୋଧ ହେବ ବୋଲି ସେ ଚେତାବନୀ ଦେଇଛନ୍ତି |

ତେବେ କଂଗ୍ରେସ ଭବନକୁ ଆସିଥିବା ସନ୍ତୋଷ ଜେନା ଫେରିଯାଇଥିଲେ | ସିଦ୍ଧାର୍ଥ ରାଉତରାୟଙ୍କ ସହଯୋଗରେ ସାମିଲ ହୋଇଥାନ୍ତେ ସନ୍ତୋଷ ହେଲେ ଏହି ବିରୋଧ ଯୋଗୁଁ ହୋଇପାରିନଥିଲା ମିଶ୍ରଣ ପର୍ବ | ଏବଂ ଆମେ କୌଣସି ପ୍ରକାର ବିରୋଧକୁ ଦାରୁନାହୁଁ ବୋଲି ଗଣମାଧ୍ୟମ ଆଗରେ ସନ୍ତୋଷ କହିଥିଲେ ସନ୍ତୋଷ |

Leave a Reply

Your email address will not be published. Required fields are marked *