Pratidin TV

Odisha's Digital News Platform

ଗାଡିରେ ବାନ୍ତି ଲାଗୁଥିଲେ ଆପଣାନ୍ତୁ ଏହିସବୁ ସିକ୍ରେଟ୍ ଟିପ୍ସ , ଆଉ କେବେବି ଲାଗିବନାହିଁ ବାନ୍ତି …

1 min read

ଭୁବନେଶ୍ୱର ; ଅନେକଲୋକ ଲମ୍ବାଯାତ୍ରାରେ ଯାଉଥିବା ସମୟରେ ଗାଡିରେ ସେମାନଙ୍କୁ ବାନ୍ତି ଲାଗିଥାଏ । ଯାହାକୁ ମୋସନ୍ ସିକନେସ୍ କୁହାଯାଏ । ଅନେକ ସମୟରେ ଏହି ବାନ୍ତି ଯୋଗୁ ଲୋକମାନେ ଗାଡିରେ ଯିବାକୁ ଡରନ୍ତି । କାରଣ କେବଳ ବାନ୍ତି । କିନ୍ତୁ ଡାକ୍ତରଙ୍କ ମତରେ କିଛି ଏଭଳି ଟିପ୍ସ ବା ଜିନିଷ ଅଛି ଯାହାକୁ ଆପଣମାନେ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୋସନ ସିକ୍‌ନେସ୍ ବା ବାନ୍ତି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ ।

-ପ୍ରଥମେ ଆପଣ ଯେତେବେଳେ ଗାଡିରେ ବସୁଛନ୍ତି ମନେରଖନ୍ତୁ ସର୍ବଦା ନିଜ ପାଇଁ ସଠିକ୍ ସ୍ଥାନ ବାଛନ୍ତୁ । ଯେପରିକି ଗାଡିର ଆଗ ସିଟ୍ । କାରଣ ଗାଡିର ଆଗ ସିଟ୍‌ରେ ଖୋଲା ପବନ ଭଲସେ ବାଜିଥାଏ । ଯାହାଦ୍ୱାରା ଆପଣଙ୍କୁ ଫ୍ରେସ୍ ଫିଲ୍ ହୁଏ ଏବଂ ବାନ୍ତି ହେବାର ଚାନ୍ସ କମିଯାଏ ।

-୨ୟରେ ପରଫ୍ୟୁମ୍ ବା ସେଣ୍ଟ । ଗାଡିରେ ଯିବା ମସୟରେ ହାର୍ଡ ପରଫ୍ୟୂମ୍ ବା ସେଣ୍ଟ ବାସ୍ନାରୁ ଦୂରେଇ ରୁହନ୍ତୁ । ଏହି ବାସ୍ନାଦ୍ୱାରା ବାନ୍ତି ଲାଗିଥାଏ ।

-ଗାଡିରେ ବସିବା ପୂର୍ବରୁ ଅଦା ପାଟିରେ ରଖନ୍ତୁ ବା ଏକ କଳରେ ଚାକନ୍ତୁ ଏହାଦ୍ୱାରା ଆପଣଙ୍କ ବାନ୍ତି ହେବନି ।
ପାଣି ଭଲସେ ପିଅନ୍ତୁ ଓ ହାଇଡ୍ରେଟ୍ ରୁହନ୍ତୁ ।

-ଗାଡିରେ ବସିବା ପୂର୍ବରୁ ଅଧିକ ଖାଆନ୍ତୁ ନାହିଁ ।

-ଟ୍ରାଭେଲ ସମୟରେ ଗାଡି ଅଟକାଇ ମଝିରେ ମଝିରେ ବ୍ରେକ୍ ନିଅନ୍ତୁ ।

-ଗାଡିରେ ଭଲ ଗୀତ ଶୁଣନ୍ତୁ ଯାହାଦ୍ୱାରା ଆପଣଙ୍କ ମନ ଅନ୍ୟତ୍ର ରହିବ ଏବଂ ବାନ୍ତି ଲାଗିବ ନାହିଁ ।
-ଏହାପରେବି ଯଦି ବାନ୍ତିଲାଗୁଛି ଗାଡିରେ ତେବେ ଡାକ୍ତରଙ୍କ ପରାମର୍ଶ କରି ଗାଡିରେ ଯିବା ପୂର୍ବରୁ ମେଡିସିନ୍ ଖାଇ ଯାଆନ୍ତୁ ।

Leave a Reply

Your email address will not be published. Required fields are marked *