ସୁଭଦ୍ରା ଯୋଜନାକୁ ନେଇ ମନରେ ଦ୍ଵନ୍ଦ ଥିଲେ ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରି ପାରିବେ
1 min readସୁଭଦ୍ରା ଯୋଜନା ସମ୍ପର୍କିତ ତଥ୍ୟ ଜାଣିବା ଆପି ଜାରି ହେଲା ଟୋଲ ଫ୍ରି ନମ୍ବର | ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷରେ ରାଜ୍ୟ ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନାରେ ବର୍ତ୍ତମାନ ଲାଭ ପାଇବେ ଏବେ ୧ କୋଟିରୁ ଉର୍ଦ୍ଧ୍ବ ମହିଳା | ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ୱାଧୀନତା ତଥା ଡିଜିଟାଲ ଆର୍ଥିକ ସ୍ଵାକ୍ଷରତାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ |
ତେବେ ଏହି ଯୋଜନାର ସଫଳ ରୂପାୟନକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିଭାଗ ତରଫରୁ ସୁଭଦ୍ରା ଯୋଜନାକୁ ନେଇ ମନରେ ଦ୍ଵନ୍ଦ ଥିଲେ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି | ସେହି ନମ୍ବରଟି ହେଉଛି ୧୪୬୭୮ | ଏହି ନମ୍ବରଟି ସକାଳ ୬ଟାରୁ ରାତି ୧0ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ | ଏହି ସମୟ ସୀମା ମଧ୍ୟରେ ଯେକୌଣସି ବ୍ୟକ୍ତି ଏହି ଟୋଲ ଫ୍ରି ନମ୍ବରରେ ଫୋନ କରି ସୁଭଦ୍ରା ଅନ୍ତର୍ଗତ ସମସ୍ତ ତଥ୍ୟ ପାଇପାରିବେ | ଏହି ମାର୍ଗ ଦର୍ଶକ ଅନୁଯାୟୀ ଯେଉଁ ମହିଳା ମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃତ୍ତି ଇତ୍ୟାଦି ପ୍ରତିମାସରେ ୧୫00 ଟଙ୍କା କିମ୍ବା ତା ଠାରୁ ଅଧିକ ବାର୍ଷିକ ୧୮ ହଜାର ଟଙ୍କା ପାଉଥିଲେ ସେମାନେ ଅଯୋଗ୍ୟ ଘୋଷିତ ହେବେ |
କିନ୍ତୁ ଅଙ୍ଗନବାଡିକର୍ମୀ/ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମ୍ବିକେ) ଓ ଆଉଟସୋର୍ସିଙ୍ଗ ଏଜେସି ଦ୍ୱାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ ସେମାନେ ମଧ୍ୟ ସୁଭଦ୍ର ଯୋଜନାର ଆବେଦନ କରିପାରିବେ ।
ସୂଚନାଯୋଗ୍ୟ, ମହିଳାମାନଙ୍କୁ ଆର୍ଥିକ ସ୍ଵାବଲମ୍ବୀ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି । ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ତଥା ଡିଜିଟାଲ ଆର୍ଥିକ ସ୍ବାକ୍ଷରତାକୁ ପ୍ରୋତ୍ସାହିତ କରିବା ଏହି ଯୋଜନ ଯୋଜନାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।