Pratidin TV

Odisha's Digital News Platform

ରାତିରେ ଶୋଇବା ପାଇଁ ଖାଉଛନ୍ତି କି ମେଡିସିନ୍‌: ଆଜି ହିଁ ଆପଣାନ୍ତୁ ଏହି ଘରୋଇ ଉପାୟ

1 min read

ଦିନ ସାରା କାମ କରିବା ପରେ ରାତିରେ ଟିକେ ଶାନ୍ତିରେ ଶୋଇବାକୁ ସବୁ ଲୋକ ଚାହିଁଥାନ୍ତି। ଫଳରେ ଶରୀର ଓ ମନକୁ ଆରାମ ମିଳେ। ରାତିରେ ଭଲରେ ଶୋଇବା ଫଳରେ ମାନସିକ ଶାନ୍ତି ମଧ୍ୟ ମିଳେ। ଡାକ୍ତରଙ୍କ କହିବାନୁସାରେ, ରାତିରେ ୮ ଘଣ୍ଟା ଶାନ୍ତିରେ ଶୋଉଥିବା ବ୍ୟକ୍ତିଙ୍କ ସ୍ମରଣ ଶକ୍ତି ଅନ୍ୟ ମାନଙ୍କ ତୁଳନାରେ ବେଶ୍‌ ପ୍ରଖର ହୋଇଥାଏ।

କିନ୍ତୁ କିଛି ଲୋକ ଚିନ୍ତା ଓ ଦାୟିତ୍ୱର ବୋଝ ଯୋଗୁ ରାତିରେ ଠିକ୍‌ ଭାବେ ଶୋଇପାରନ୍ତି ନାହିଁ। ଫଳରେ ରାତିରେ ନିଦ ଔଷଧ ଖାଇଥାନ୍ତି। କିନ୍ତୁ ନିୟମିତ ନିଦ ଔଷଧ ଖାଇବା ଶରୀର ପାଇଁ ବିପଜ୍ଜନକ ସାଜିପାରେ। ଯଦି ଆପଣ ବି ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ନିଦ ଆସିବାକୁ କେତେକ ଘରୋଇ ଉପାୟ କହିବୁ, ଯାହା ସହାୟତାରେ ଆପଣ ସହଜରେ ରାତିରେ ଶାନ୍ତିରେ ଶୋଇପାରିବେ।

Advertisement

ଆୟୁର୍ବେଦରେ ଏମିତି ଅନେକ ଜଡ଼ି ବୁଟି ରହିଛି, ଯାହାକୁ ଖାଇଲେ ଅନିଦ୍ରା ଜନିତ ସମସ୍ୟା ଦୂର ହୋଇପାରିବ। ଯଦି ଆପଣ ଏହାକୁ ନିୟମିତ ରାତିରେ ସେବନ କରନ୍ତି, ତେବେ ନିଦରେ ଅନିୟମିତତା ଶୀଘ୍ର ଦୂର ହେବ। ଆସନ୍ତୁ ଜାଣିବା ଭଲ ନିଦ ପାଇଁ କି କି ଜିନିଷ ସେବନ କରିବେ…

ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଅଶ୍ୱଗନ୍ଧା ଓ ସର୍ପଗନ୍ଧା ଏହି ଦୁଇଟି ଜଡ଼ି ବୁଟି ସବୁଠୁ ଭଲ କାମ ଦିଏ। ମୁଖ୍ୟତଃ ଆୟୁର୍ବେଦରେ ଏହି ଦୁଇଟି ଦ୍ରବ୍ୟକୁ ଅଧିକ ବ୍ୟବହାର କରାଯାଏ। ଅନ୍ୟ ଶାରୀରିକ ସମସ୍ୟା ସହ ଏହି ଦୁଇଟି ଜଡ଼ିବୁଟି ନିଦ ନ ଆସିବା ଅସୁବିଧାକୁ ବି ଦୂର କରିଥାନ୍ତି। ଏଥିପାଇଁ ପ୍ରଥମେ ଏକ ପାତ୍ରରେ ଅଶ୍ୱଗନ୍ଧା ଓ ସର୍ପଗନ୍ଧାର ପାଉଡରକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ୪-୫ ଗ୍ରାମ୍‌ର ପୁଡ଼ିଆରେ ବାଣ୍ଟି ଦିଅନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣି ସହ ଏହାକୁ ସେବନ କରନ୍ତୁ। ଏମିତି ନିୟମିତ ପିଇବା ଦ୍ୱାରା ଭଲ ନିଦ ଆସେ।

ସୂଚନାଯୋଗ୍ୟ ଯେ ଅଶ୍ୱଗନ୍ଧା ଶାରୀରିକ କ୍ଷମତା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିସହ ଚିନ୍ତା, ଅବସାଦ ଆଦି ମଧ୍ୟ ଦୂର କରେ। ସର୍ପଗନ୍ଧା ମଧ୍ୟ ଅନିଦ୍ରା ଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଏଣୁ ଯଦି ଏହି ଦୁଇଟି ଜିନିଷକୁ ଏକାଠି ସେବନ କରାଯାଏ ତେବେ ନିଦ ସମସ୍ୟାରୁ ମୁକ୍ତି ମିଳିବ।

Leave a Reply

Your email address will not be published. Required fields are marked *