Pratidin TV

Odisha's Digital News Platform

ଶରୀରରେ କମୁଛି କି ପ୍ରୋଟିନର ମାତ୍ରା: ଏହି ସବୁ ଲକ୍ଷଣ ଥିଲେ କରାନ୍ତୁ ଚିକିତ୍ସା

1 min read

ମଣିଷ ଶରୀର ପାଇଁ ପ୍ରୋଟିନ ବହୁତ ଆବଶ୍ୟକ ହୋଇଥାଏ । ଛୋଟ ଛୁଆଙ୍କ ଠାରୁ ନେଇ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରୋଟନ ଜାତୀୟ ଖାଦ୍ୟ ପ୍ରତି ଅତ୍ୟଧିକ ଧ୍ୟାନ ଦେବା ଆବଶ୍ୟକ । ପ୍ରୋଟିନ ଆମ ଶରୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ନୂଆ ମାଂସପେଶୀ ତିଆରି କରିବାରେ,ତ୍ୱଚାକୁ ସୁସ୍ଥ ରଖିବାରେ, ଏନଜାଇମ ଓ ହରମୋନକୁ ବାଲାନ୍ସ କରିବାରେ ପ୍ରୋଟିନ ଜରୁରୀ ହୋଇଥାଏ । ପ୍ରୋଟିନରେ ଶରୀର ଟିସୁ ତିଆରି ହୋଇଥାଏ । ବଢ଼ୁଥିବା ଶିଶୁ ଓ ବୁଢ଼ା ଲୋକଙ୍କ ନିକଟରେ ପ୍ରୋଟିନର ଅଭାବ ପରିଲକ୍ଷିତ ହୋଇଥାଏ । କେବେ କେବେ ଆମକୁ ଜଣା ପଡିନଥାଏ ଯେ ଶରୀରରେ ପ୍ରୋଟିନ କମ ହେଲାଣୀ ବୋଲି । ପ୍ରୋଟିନ କମ ହେଲେ ଶରୀରରେ ବହୁ ଲକ୍ଷଣ ନଜର ଆସିଥାଏ । ଆସନ୍ତୁ ଜାଣିବା ଶରୀରରେ ପ୍ରୋଟିନ କମ ହେଲେ କ’ଣ ଲକ୍ଷଣ ଦେଖା ଦେଇଥାଏ ।

ପ୍ରୋଟିନ କମର ଲକ୍ଷଣ :

Advertisement

୧. ଶରୀରରେ ପ୍ରୋଟିନ କମ ହେଲେ ହାଡ ଦୁର୍ବଳ ହେବାକୁ ଲାଗିଥାଏ ।

୨. ପ୍ରୋଟିନ କମ ହେଲେ ଆପଣଙ୍କ ଇମ୍ୟୁନିଟି କମଜୋର ହୋଇଥାଏ ।

୩. ମାଂସପେଶୀ ଦୁର୍ବଳ ହୋଇଥାଏ ଓ ମାଂସପେଶୀ ଦରଜ ହୋଇଥାଏ ।

୪. ଛୋଟ ପିଲାଙ୍କ ବିକାଶ ବିଶେଷ କରି ଲମ୍ବା ହେବାରେ ପ୍ରୋଟିନ ପ୍ରଭାବ ପକାଇଥାଏ ।

୫. ପ୍ରୋଟିନ କମ ହେଲେ ମୁହଁ, ଚର୍ମ ଓ ପେଟରେ ଫୁଲା ଦେଖା ଯାଇଥାଏ ।

୬. ବାଳ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ବାଳ ଶୁଷ୍କ ଓ ଚମକହୀନ ହେବା ସହ ଝଡିବାକୁ ଲାଗିଥାଏ ।

୭. ନଖ ସଂକ୍ରମଣ ହେବା ସହ ଭାଙ୍ଗିବାକୁ ଲାଗିଥାଏ ।

୮. ବହୁତ ଥକା ଓ ଦୁର୍ବଳ ଅନୁଭବ ହୋଇଥାଏ ।

୯. ନୂଆ କୋଷ ଡେରିରେ ତିଆରି ହୋଇଥାଏ । ଯେଉଁଥିପାଇଁ ଶରୀରର ହିଲିଂ କ୍ଷମତା ହ୍ରାସ ପାଇଥାଏ ।

Leave a Reply

Your email address will not be published. Required fields are marked *