Pratidin TV

Odisha's Digital News Platform

ବିବାହ ସମସ୍ୟା ଦୂର କରିବାକୁ ପାଳନ କରନ୍ତୁ ଏହି ସବୁ ବାସ୍ତୁ ନିୟମ: ନଚେତ୍ ଭୋଗି ପାରନ୍ତି ସମସ୍ୟା

1 min read

ବିବାହ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଏକ ମହତ୍ତ୍ବପୂର୍ଣ ସ୍ଥାନ ଅଧିକାର କରିଛି। ହୋଇପାରେ ଭଲ ଜୀବନ ସାଥୀ ବାଝିବା ମୁଣ୍ଡବିନ୍ଧାର କାରଣ ହୋଇପାରେ। ତଥାପି ପ୍ରତ୍ୟେକ ପୁଅ ଝିଅ ଭଲ ଜୀବନ ସାଥୀଟିଏ ପାଇବା ପାଇଁ ନିଜ ମନ ପ୍ରାଣ ସବୁ ଲଗାଇଦେଇଥାନ୍ତି। ଯେଉଁମାନଙ୍କର ଡେରିରେ ବାହାଘର ହୁଏ ସେହି ମାମଲାରେ ବ୍ୟକ୍ତି ତଥା ପରିବାରକୁ ସାମାଜିକ ଚାପ ତଥା ନାନା ପ୍ରକାର କଥା ଶୁଣିବାକୁ ପଡ଼ିଥାଏ। ଯାହାଦ୍ବାରା ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଡେରିରେ ବାହା ହେବାର ସମୟକୁ ଯେଉଁ ବ୍ୟକ୍ତି ସାମ୍ନା କରୁଛନ୍ତି,  ସେମାନଙ୍କ ପାଇଁ ବାସ୍ତୁ ଶାସ୍ତ୍ର ନିୟମ ନିହାତି ଜରୁରୀ।


ଆସନ୍ତୁ ଜାଣିବା ବିବାହ ପାଇଁ ବାସ୍ତୁ ନିୟମ:

Advertisement

ଏହା ସେମାନଙ୍କ ପାଇଁ ମଧ୍ୟ, ଯେଉଁମାନେ ପ୍ରଥମ ପ୍ରୟାସରେ ହିଁ ନିଜ ଜୀବନସାଥୀ ଖୋଜିବାରେ ସଫଳ ହୋଇଛନ୍ତି। ଭଲ ଜୀବନସାଥୀ ପାଇବା ପାଇଁ ହେଲେ ଘରର ବାସ୍ତୁ ଦୋଷକୁ ପ୍ରଥମେ ଖଣ୍ଡନ କରିବା ଦରକାର। ବାସ୍ତୁ ଏକ ବିଜ୍ଞାନ, ଯାହା ବ୍ୟକ୍ତିର ଆନ୍ତରିକ ଦର୍ୟ୍ୟାକୁ ଉପରକୁ ଉଠାଇଥାଏ। ଏହାଦ୍ବାରା ଆକର୍ଷକ ବ୍ୟକ୍ତିତ୍ବର ମଧ୍ୟ ବିକାଶ ହୋଇଥାଏ।


ବିବାହ ପାଇଁ ବାସ୍ତୁ ନିୟମ:

୧. ଘରେ ଦୀପ ଓ ଧୂପ ଜଳାଇ ଆପଣ ଏକ ଭଲ ଜୀବନସାଥୀ ଖୋଜି ପାରିବେ। କାରଣ ଦୀପ ଓ ଧୂପ ଦ୍ବାରା         ଘରେ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହାକୁ ପ୍ରତିଦିନ କଲେ ବ୍ୟକ୍ତିକୁ ଆନ୍ତରିକ ଶକ୍ତି ମିଳିଥାଏ।

୨. ବାସ୍ତୁ ଅନୁସାରେ ବର ଏବଂ କନିଆ ଉରୀ ଅନୁକୂଳ ଦିଗକୁ ସାମ୍ନା କରି ଭାଇ ଭାଉଜ କିମ୍ବା କନିଆ ସାମ୍ନାରେ ବସିବା ଦ୍ବାରା ଯାହାଦ୍ବାରା ସକାରତ୍ମକ ଶକ୍ତି ଆସିଥାଏ। ଅନୁକୂଳ ଦିଗ ଯୋଗୁଁ ବ୍ୟକ୍ତିର ଆତ୍ମବିଶ୍ବାସର ସ୍ତର ବୃଦ୍ଧି ହୋଇଥାଏ।

୩. ଉଚିତ ଜୀବନସାଥୀ ବାଛିବା ସମୟରେ ଓରି ଦିଗର ବସିବା ଦ୍ବାରା ହେବାକୁ ଥିବା ବାହାଘର ଆରାମରେ ତଥା ଶାନ୍ତି ଶୃଙ୍ଖଳାରେ ହୋଇ ଯାଇଥାଏ।।

Leave a Reply

Your email address will not be published. Required fields are marked *