ପ୍ରଶାସନର ଅଣଦେଖା ; ଆଜିବି ଖରାପ ରାସ୍ତା ଯୋଗୁ ଗାଁରେ ସଠିକ୍ ସମୟରେ ପହଞ୍ଚିପାରୁନି ଆମ୍ଭୁଲାନ୍ସ
1 min readବୈପାରୀଗୁଡା : ଦୁର୍ଗମ ଓ ପାହାଡିଆ ଅଂଚଳରେ ଗମନାଗମନ ସୁବିଧା ହୋଇଛି କହି କେନ୍ଦ୍ର ଓ ରାଜ୍ୟସରକାର ଡିଣ୍ଡିମ ପିଟୁଥିବା ବେଳେ ଦିନକୁ ଦିନ ପ୍ରଶାସନର ଅପାରଗତା ଯୋଗୁଁ ତାହା ଫଳପ୍ରଦ ହୋଇପାରୁନାହିଁ । ଲୋକେ ରାସ୍ତା ନିର୍ମାଣ ପାଇଁ ଦାବି କଲେ ମଧ୍ୟ ପ୍ରଶାସନ ରାସ୍ତା ନିର୍ମାଣ କରୁନଥିବା ବେଳେ ଅଧିକାଂଶ ସମୟରେ ଗର୍ଭବତୀ ମହିଳା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ତେବେ କାଦୁଅ ପଚପଚ ରାସ୍ତା ଯୋଗୁଁ ସେଠାରେ ଦୁଇ ଘଣ୍ଟା କାଳ ଆମ୍ବୁଲାନ୍ସ ଗାଡି ଏକ ଦୁର୍ଗମ ଅଂଚଳରେ ଫସି ରହିଥିବାର ଜଣାପଡିଛି ।
ଏମିତି କିଛି ଘଟଣା ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ମାଝୀଗୁଡା ପଂଚାୟତର ତୋଟାପଡା ମାଙ୍କିଡି ଗ୍ରାମ ଯିବା ରାସ୍ତାରେ ଏଭଳି ଘଟଣା ଘଟିଛି ।ଆମ୍ବୁଲାନ୍ସ ଗାଡି କାଦୁଅରେ ଫସିଗଲା ପରେ ଲୋକେ ଗାଡିକୁ ଧକା ମାରିଥିଲେ ମଧ୍ୟ ଗାଡି କାଦୁଅରୁ ନ ବହାରିବାରୁ ଶେଷରେ ଗ୍ରାମବାସୀ ମାନେ ଟ୍ରାକ୍ଟର ଗାଡି ସହାୟତାରେ କାଦୁଅରୁ ଆମ୍ବୁଲାନ୍ସ କୁ ବାହାରି କରିଥିଲେ ।
ରାଜ୍ୟର ଉନ୍ନତୀକରଣ ନାଁରେ ରାକ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଉଡାଉଥିଲେ ମଧ୍ୟ ଆଜିବି ଏଭଳି ଅନେକ ଅଞ୍ଚଳରେ ପହଞ୍ଚିପାରିନି ସରକାରଙ୍କ ବିକାଶ । ତେବେ ଦେଖିବା ବାକି ରହିଲା ଯେ ଏଭଳି ଦୁର୍ଗମ ଅଞ୍ଚଳରେ କେବେ ପଡୁଛି ପ୍ରଶାସନର ଦୃଷ୍ଟି ।