Pratidin TV

Odisha's Digital News Platform

ଦୁଃଖ ବଖାଣିଲେ ମୁଖ୍ୟମନ୍ତ୍ରୀ , କହିଲେ ଥାନା ଭିତରେ ଆଇଆଇସି ମୋତେ ଗେଟ୍‌ ଆଉଟ୍‌ କହିଥିଲେ ..

1 min read

ନିଜ ସହ ଘଟିଥିବା ସେହି ଘଟଣାକୁ ମନେ ପକାଇ ଦୁଃଖ ବଖାଣିଲେ ମୁଖ୍ୟମନ୍ତ୍ରୀ । ଯେଉଁ କଥାକୁ ମନ ଭିତରେ ରଖି ସବୁଦିନ କଷ୍ଟ ପାଉଥିଲେ ଆଜି ସେହି କଥାକୁ ମୁଖ୍ୟମନ୍ତ୍ରୀ କରିଛନ୍ତି ସାର୍ବଜନୀନ । ତାଙ୍କ ସହ ହୋଇଥିବା ଅତ୍ୟାଚାର କୁ ଆଜି ମନେ ପକାଇ ଭାବବିହ୍ଵଳ ହୋଇପଡିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ସରକାରରେ ଥାନାଧିକାରୀଙ୍କ ବ୍ୟବହାର ଅତି କଠୋର ଥିଲା । ବିରୋଧୀ ଦଳ ନେତା ଭାବେ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲି। ମାତ୍ର ସେଠାରେ ଥିବା ଆଇଆଇସି ମୋ’ ଅଭିଯୋଗ ଶୁଣିବା ପୂର୍ବରୁ ଥାନାକୁ ଆସିବାର ତୁମର ଅଧିକାର ନାହିଁ ବୋଲି କହିବା ସହ ଆମ ଥାନାକୁ କାହିଁକି ଆସିଛି ବୋଲି କହି ଗେଟ୍‌ ଆଉଟ୍‌ କହିଥିଲେ । ଏହି ଘଟଣା ମୋ’ ସହ ଆମ ସରକାର ଆସିବାର ଏକ ମାସ ପୂର୍ବରୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ଥାନାକୁ ଯାଇଥିଲି ଆଇଆଇସି ଅବସ୍ଥା କ’ଣ ଥିବ ବୁଝିବା ପାଇଁ। କାହା ଚାପରେ କିମ୍ବା ଅଜ୍ଞାନରେ ଏମିତି କରିଥିବେ ଭାବି କ୍ଷମା କରିଦେଇଥିଲି।

Advertisement

ମୁଖ୍ୟମନ୍ତ୍ରୀ ନିଜ କଥାରୁ ଅନୁଭବ କରି କହିଛନ୍ତି, ଥାନାକୁ ଯାଉଥିବା ଲୋକଙ୍କ ସହ ଉଚିତ ବ୍ୟବହାର କର, ତାଙ୍କ କଥା ପ୍ରଥମେ ଶୁଣ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ନୀତି ଖୋର ଅଫିସରଙ୍କ ଟ୍ରାନ୍ସଫର୍‌ କରିବାରେ ପଛଘୁଞ୍ଚା ଦିଅନି। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଙ୍କ ହାତରେ କ୍ଷମତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ଯଦି କିଛି ଅନିୟମିତତା ହେଉଛି ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Leave a Reply

Your email address will not be published. Required fields are marked *