Pratidin TV

Odisha's Digital News Platform

ଆଇଆଇଏମସିକୁ ମିଳିଲା ବିଶ୍ୱବିଦ୍ୟାଳୟର ମାନ୍ୟତା , ଏବେ ଡକ୍ଟରେଟ୍ ସହିତ ଦେଇପାରିବ ଡିଗ୍ରୀ …

1 min read

ଗଣମାଧ୍ୟମର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଇଆଇଏମସିକୁ ମିଳିଲା ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (ଆଇଆଇଏମସି) କୁ ‘ଡିମଡ୍ ୟୁନିଭରସିଟି’ର ମାନ୍ୟତା ପ୍ରଦାନ କରିଛି । ଆଇଆଇଏମସି ସହ ୫ ଆଞ୍ଚଳିକ କ୍ୟାମ୍ପସକୁ ମଧ୍ୟ ମାନ୍ୟତା ମିଳିିଛି । ଆଇଆଇଏମସିର ୫ ଆଞ୍ଚଳିକ କ୍ୟାମ୍ପସ ମଧ୍ୟରେ ରହିଛି ଓଡିଶାର ଢେଙ୍କାନାଳ ।

ଆଇଆଇଏମସି ପକ୍ଷରୁ ଏହି ଖବରକୁ ଏହାର ଏକ୍ସ ହ୍ୟାଣ୍ଡେଲରେ ଶେୟାର କରାଯାଇଛି । ଏହି ନୂତନ ସ୍ଥିତି ସହିତ, ଅନୁଷ୍ଠାନ ବର୍ତ୍ତମାନ ଡକ୍ଟରେଟ୍ ସହିତ ଡିଗ୍ରୀ ପ୍ରଦାନ କରିପାରିବ । ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଆଇଆଇଏମସି ଏକ୍ସରେ ଲେଖିଛି ଯେ ସଂସ୍ଥା ନୂଆଦିଲ୍ଲୀ ଏବଂ ଏହାର ପାଞ୍ଚଟି ଆଞ୍ଚଳିକ କେନ୍ଦ୍ରକୁ ବିଶ୍ୱବିଦ୍ୟାଳୟ ବୋଲି ଘୋଷଣା କରିଥିବାରୁ ଶିକ୍ଷା ମନ୍ତ୍ରଣାଳୟକୁ ଅନେକ ଧନ୍ୟବାଦ । ଏହି ପୋଷ୍ଟରେ ଆହୁରି କୁହାଯାଇଛି ଯେ ଜନ ଯୋଗାଯୋଗରେ ଶିକ୍ଷା, ତାଲିମ ଏବଂ ଅନୁସନ୍ଧାନକୁ ପ୍ରୋତ୍ସାହିତ କରିବାରେ ଆଇଆଇଏମସି ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପ୍ରତିଶ୍ରୁତିବଦ୍ଧ । ତେବେ ଖୁବ୍‌ଶୀଘ୍ର ଆଇଆଇଏମସିରେ ଡିଗ୍ରୀ ଓ ପିଏଚ୍‌ଡି ପାଠ୍ୟକ୍ରମ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *