Pratidin TV

Odisha's Digital News Platform

ସାବଧାନ! ଖାଉଛନ୍ତି କି ଇଲିସି ମାଛ ସହ ଚିଙ୍ଗୁଡି? କାରଣ ବଢିଯାଇ ପାରେ ଆପଣଙ୍କ ଓଜନ..

ନୂଆଦିଲ୍ଲୀ : ବଜାରରେ ଅନେକ ପ୍ରକାରର ମାଛ ମିଳିଥାଏ । ଆଉ ସମସ୍ତ ଏହାକୁ ଖାଇଥିବେ ନିଶ୍ଚୟ । କିନ୍ତୁ ଇଲିସି ଏଭଳି ଏକ ମାଛ ଯାହାର ସ୍ୱାଦ ଆଗରେ ଫିକା ପଡିଯାଏ ଅନ୍ୟ ସବୁ ମାଛ । ଦର ଯେମିତି ସ୍ୱାଦ ବି ସେମିତି । ଏମିତି କୌଣସି ଲୋକ ନାହାନ୍ତି ଯାହାକୁ ଇଲିସି ପସନ୍ଦ ଆସେନି । ଖାଲି ଇଲିସି ନୁହେଁ ଚିଙ୍ଗୁଡି ବି ଏହି ତାଲିକାରେ ରହିଛି । ତେବେ ଏହି ୨ଟି ମାଛ ଭାରି ସୁଆଦିଆ । ନାଁ ଶୁଣୁ ଶୁଣୁ ମୁହଁରେ ପାଣି ଆସିଥାଏ । ଇଲିସିକୁ ବିଭିନ୍ନ ପ୍ରକାରରେ ତିଆରି କରାଯାଇଥାଏ । ସେହିଭଳି କୌଣସି ପନିପରିବା ସହିତ ଚିଙ୍ଗୁଡି ମିଶାଇଲେ ତାର ସ୍ୱାଦ ପୁରା ବଦଳିଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ସ୍ୱାଦ ବ୍ୟତୀତ ଏହି ୨ଟି ମାଛର ଅନେକ ଗୁଣ ମଧ୍ୟ ରହିଛି । ଉଚ୍ଚ ସ୍ତରର ଓମେଗା –୩ ଫ୍ୟାଟି ଏସିଡ୍ ରକ୍ତରେ କୋଲେଷ୍ଟ୍ରୋଲ୍ ସ୍ତରକୁ ହ୍ରାସ କରିବାରେ ଇଲିଶି ମାଛ ସାହାଯ୍ୟ କରିଥାଏ । ଯାହାଫଳରେ ଆପଣଙ୍କ ହୃଦୟ ସୁସ୍ଥ ରହିଥାଏ । ସାମୁଦ୍ରିକ ମାଛରେ ମିଳୁଥିବା ଋଚଇ ଏବଂ ଊଐଇ ଓମେଗା–୩ ତେଲ ଶରୀରରେ ଇଉସିନଏଡ ହରମୋନ୍ ଉତ୍ପାଦନକୁ ବାଧା ଦେଇପାରେ । ଏହି ହରମୋନର ପ୍ରଭାବରେ ମଣିଷ ଶରୀରରେ ରକ୍ତ ଜମାଟ ବାନ୍ଧିବା ଏବଂ ଶିର ଫୁଲିଯାଏ ।

ଇଲିସି ମାଛ ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ସେହିପରି ଚିଙ୍ଗୁଡ଼ିରେ ମ୍ୟାଗ୍ନେସିୟମ୍ ଥାଏ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଚିଙ୍ଗୁଡ଼ିରେ ସେଲେନିୟମ୍ ମଧ୍ୟ ଥାଏ, ଯାହା କର୍କଟ କୋଷର ବୃଦ୍ଧିକୁ ରୋକିଥାଏ । ଏଥିରେ ଓମେଗା ଫ୍ୟାଟି ଏସିଡ୍ ଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । କିନ୍ତୁ ଏଥିରେ କେବଳ ଗୋଟିଏ ସମସ୍ୟା ଦେଖାଦେଇଥାଏ । ଚିଙ୍ଗୁଡ଼ିରେ ୬୩ ପ୍ରତିଶତ କୋଲେଷ୍ଟ୍ରଲ ଥାଏ । ଯାହାଦ୍ୱାରା ହୃଦୟ ରୋଗୀ କିମ୍ବା କୌଣସି ଶାରୀରିକ ସମସ୍ୟା ଥିବା ଲୋକମାନେ ଚିଙ୍ଗୁଡ଼ିରୁ ଦୂରେଇ ରହିବା ପରାର୍ମଶ ଦିଆଯାଇଥାଏ । ଏବଂ ଏଥିସହ ଚିଙ୍ଗୁଡ଼ି ଖାଇବା ଦ୍ୱାରା ଓଜନ ମଧ୍ୟ ବଢ଼ିଥାଏ । ଯାହା ଇଲିସି ମାଛ ଖାଇବା ଦ୍ୱାରା ହୋଇନଥାଏ । କିନ୍ତୁ ଇଲିସି ସବୁସମୟରେ ମିଳେ ନାହିଁ । ଓମେଗା ମୁକ୍ତ ଫ୍ୟାଟି ଏସିଡ୍ ଚର୍ମକୁ ସୂର୍ଯ୍ୟଙ୍କ ଅତିବାଇଗଣି ରଶ୍ମିରୁ ରକ୍ଷା କରିଥାଏ । ନିୟମିତ ମାଛ ଖାଇବା ଦ୍ୱାରା ଆପଣଙ୍କ ଚର୍ମ ସୁରକ୍ଷିତ ରହେ ।

Leave a Reply

Your email address will not be published. Required fields are marked *