Pratidin TV

Odisha's Digital News Platform

ରାଜ୍ୟରୁ ମୂଳପୋଛ ହେବ ବେଆଇନ୍ କାରବାର ; ୧୭ ଶହ କଫ ସିରଫ ସହ ୧୮ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର : ପୁଣି ବଲାଙ୍ଗୀର ପୋଲିସ ହାତ ରେ ଗଦା ଗଦା କଫ୍ ସିରପ୍, ମାଳ ମାଳ ବେପାରୀ କୁଚିଆ । ଏକାଥରକେ ୧୭ ଶହ କଫ୍ ସିରପ୍ ବୋତଲ୍ ଜବତ୍ କରିବା ସହ ୧୬ ଜଣ କୁଚିଆ ଓ ୨ ଜଣ ସପ୍ଲାଅର୍ର୍ସଙ୍କୁ ଗିରଫ୍ କରିଛି ବଲାଙ୍ଗୀର ପୋଲିସ । ଆଜି ପୁଣି ନିଜର ଦବ୍ଦବା ଜାହିର୍ କରିଛି ବଲାଙ୍ଗୀର ପୋଲିସ । ଏ ସଂପର୍କରେ ଏକ ପ୍ରେସ୍ ମିଟ୍ର ଆହ୍ୱାନ କରି ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ରିଷିକେଶ ଖିଲାରୀ । ଦିଆଯାଇଥିବା ସୂଚନା ଅନୁସାରେ କିଛି ସପ୍ତାହ ହେଲା ବଲାଙ୍ଗିର ପୋଲିସ ପକ୍ଷରୁ ବେଆଇନ କଫ୍ ସିରପ୍ ବେପାର ଏବଂ ଅର୍ଗାନାଇଜ୍ଡ଼୍ କ୍ରାଇମ୍ ଉପରେ ଏକ ସ୍ପେସାଲ୍ ଡ୍ରାଇଭ୍ ଚାଲିଥିବା ବେଳେ ଗୁଡ଼ାଏ ଛୋଟ ଛୋଟ କଫ୍ ସିରପ୍ କୁଚିଆଙ୍କୁ ଧରାଯାଇଥିଲା ।

ସେମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ବଲାଙ୍ଗୀର ଏସ୍ଡ଼ିପିଓ, ଟାଉନ୍ ଥାନା ଆଇଆଇସି, ସଦର ଆଇଆଇସି, ପୁଇଁତଲା ଆଇଆଇସିଙ୍କୁ ନେଇ ଏକ ସ୍ପେସାଲ୍ ଟିମ୍ ଗଠନ କରାଯିବ। ସହ ତନାଘନା ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ, ଏସବୁ କଫ୍ ସିରଫ୍ କଟକରୁ ସପ୍ଲାଏ ହେଉଛି । ଏହାପରେ ସେମାନଙ୍କୁ ଫଲୋ କରିଥିଲା ବଲାଙ୍ଗୀର ପୋଲିସର ସ୍ପେସାଲ୍ ଟିମ୍ ଏବଂ ଶେଷରେ ଏକ ବିରାଟ ସଫଳତା ହାତେଇଥିଲା । ଏବେ ଏକାଥରକୁ ୨ ଜଣ ସପ୍ଲାଅର୍ର୍ସଙ୍କ ସହ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି । ପୁଣି ସେମାନଙ୍କ ଠାରୁ ୧୭ ଶହ କଫ୍ ସିରପ୍ ବୋତଲ, ୧୭ଟି ମୋବାଇଲ୍ ଫୋନ୍, ଗୋଟିଏ ନିସାନ୍ କାର୍, ଗୋଟିଏ ବୋଲେନୋ କାର୍, ଗୋଟିଏ ହକି ଷ୍ଟିକ୍, ଗୋଟିଏ କାଠ ବେଣ୍ଟଲଗା ଟାଙ୍ଗିଆ ଏବଂ ତିନୋଟି ବାଇକ୍ ଜବତ୍ କରିଛି ବଲାଙ୍ଗିର ପୋଲିସ ।

ଗିରଫ୍ ଅଭିଯୁକ୍ତମାନେ ହେଲେ ଲରମ୍ଭା ଥାନା ଲୁହାସିଂହାର ସୁନୀଲ ଓରଫ୍ ବିଶିକେଶନ ପୁଟେଲ,ରୋସନ କୁମାର ସାହୁ, ଭଟଲିର ରମେଶ ବରାହ, ରଶ୍ମିରଂଜନ ସିଂବରିହା, ତମିଆଁର କରୁନା ରଣା, ଅଏଁଲାପୁଙ୍ଗାର ,ଅଭିମନ୍ୟୁ ସାହୁ, ବରଗଡ଼ ଜିଲ୍ଲା ପଦମ୍ପୁର ଥାନା ଦେଉଳିର ବିଟୁ ଓରଫ୍ ଭୀମସେନ କରେଇ, ଜଗ୍ଦଲ୍ପୁର ଥାନା ଲଖ୍ମରାରୁ ଲିଙ୍ଗରାଜ ସାହୁ, ସୁଧାଂଶୁ ଓରଫ୍ ଚୁନ୍ନିଲାଲ୍ ପଟେଲ, ପାଟଣାଗଡ଼ ବଡ଼ପଡ଼ାରୁ ସୌରଭ ସାହୁ, ବଲାଙ୍ଗିର ସୁଦପଡ଼ାର ଆଶିଷ ପୁଟେଲ ଓ ନିରଂଜନ ସାହୁ, ତାଲପାଲିପଡ଼ାର ମନୋଜ କୁମାର ବାଜପେୟୀ, ମାଲପଡ଼ାର ଅମୀର ଖାନ୍, ବେଲପଡ଼ା ଥାନା ଧୁମାଭଟା ସାଗରପଡ଼ାର ସଚିନ ବୁଡେ଼କ ଓ ଗ୍ରୀଡ଼୍ପଡ଼ାର ବ୍ରଜରାଜ ରଣା,। ଗିରଫ୍ ହୋଇଥିବା ଦୁଇଜଣ ସପ୍ଲାୟର୍ସ ହେଲେ କଟକର ମହେଶ୍ୱର ମହାନ୍ତି ଓ ଜାଭେଦ୍ ତସ୍ଲିମ୍ ।

Leave a Reply

Your email address will not be published. Required fields are marked *