Pratidin TV

Odisha's Digital News Platform

ମାଫିଆଙ୍କ ଟାର୍ଗେଟରେ କଇଁଛ

1 min read

ବାଲେଶ୍ୱର : ପ୍ରତ୍ୟକଦିନ ଖବରକାଗଜ କିମ୍ବା ଟିଭିରେ ଆମେ ଖଣି ମାଫିଆ,କୋଇଲା ମାଫିଆ, ଗୋରୁ ଗାଇଁଙ୍କ ଚାଲାଣ କରୁଥିବା ମାଫିଆ ମାନଙ୍କ ବିଷୟରେ ପଢୁଛେ । କିନ୍ତୁ ଆଜି ପୋଲିସ ହାତରେ ଧରାପଡିଛନ୍ତି କଇଁଛ ମାଫିଆ । ପଢିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ ।

ଆଜି କଇଁଛ ଚାଲାଣ ହେବା ଖବର ପାଇ ବନବିଭାଗ ଜଳେଶ୍ୱର ୬୦ନଂ ଜାତୀୟ ରାଜପଥର ଚାଲନ୍ତି ଛକ ନିକଟରେ ଚେକିଂକୁ କଡାକଡି କରିଥିଲା । ଏହି ସମୟରେ ସେଠାରେ ଏକ ଗାଡି ଡାଲାରୁ ପ୍ରାୟ ୮୭ ଟି କଇଁଛ ଠାବ କରିଥିଲା ବନବିଭାଗ । ଉକ୍ତ ଚାଲଣାରେ ସପୃକ୍ତ ଥିବା ୨ ଜଣଙ୍କ ମଧ୍ୟରୁ ଜଣେ ଘଟଣା ସ୍ଥଳରେ ଚକ୍‌ମା ଦେଇ ଖସିଯାଇଥିଲା । କିନ୍ତୁ ବନବିଭାଗ ଆଉ ଜଣେ ଅଭିଯୁକ୍ତଙ୍କ ସହ ଏକ ବାଇକକୁ ମଧ୍ୟ ଜବତ କରିଥିଲା ।

Advertisement

ଏହାପରେ ବନବିଭାଗ ଅଭିଯୁକ୍ତ ଜଣଙ୍କୁ ଗିରଫ କରି ଜେରା ଆରମ୍ଭ କରିଦେଇଛି । ତେବେ ପଚରାଉଚରା ବେଳେ କଇଁଛ ଗୁଡିକୁ କେଜିପ୍ରତି ୨୫୦ ଟଙ୍କା ହିସାବରେ କିଣିଥିବା ବ୍ୟକ୍ତି ଜଣଙ୍କ ସୂଚନା ଦେଇଛି । ଏହି କଇଁଛ ଚାଲାଣରେ ଆଉ କିଏ କିଏ ସପୃକ୍ତ ଅଛନ୍ତି ? ଏପରି କଇଁଛ ଚାଲାଣ ଆଗରୁ କେତେଥର କରାଯାଇଛି ? ଏକା କେତେ ଟଙ୍କାରେ କିଣାଯାଇ ବିଦେଶକୁ କେତେ ଟଙ୍କାରେ ବିକ୍ରି କରାଯାଉଛି ? ଏପରି ଅନେକ ପ୍ରଶ୍ନ ଅଭିଯୁକ୍ତ ଜଣଙ୍କୁ ପଚରାଯିବ ବୋଲି କହିଛି ବନବିଭାଗ ।

Leave a Reply

Your email address will not be published. Required fields are marked *