ବେଆଇନ ମହୁଲ ଗୋଦାମରେ ବନବିଭାଗର ଚଢାଉ , ମୂଲ୍ୟବାନ କାଠ ସହ ମହୁଲ ଜବତ୍ …
1 min readକରଞ୍ଜିଆ : ବେଆଇନ ମହୁଲ ଗୋଦାମରେ ବନବିଭାଗର ଅତର୍କିତ ଚଢାଉ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ମହୁଲ ଗୋଦାମରେ ବେଆଇନ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସାଇଜ କାଠ ଥିବାର ଖବର ପାଇ ବନବିଭାଗର ଚଢାଉ କରିଥିଲା। ଚଢାଉ ବେଳେ ୩୦୦ରୁ ଅଧିକ ସାଇଜପୋଟା ଏବଂ ଚୌଉକାଠ ଜବତ କରି ଅଧିକ ତଦନ୍ତ ଜାରିରଖିଛି ବନବିଭାଗ ।
ଗତ ୧୨ ତାରିଖରେ ଉପଖଣ୍ଡ ପୋଲିସ ଅଧିକାରୀ ପରମେଶ୍ୱର ରାଉତ ଙ୍କ ୱାର୍ଡ ନମ୍ବର -୨ ଥିବା ମହୁଲ ଗୋଦାମ ଉପରେ ଚଡାଉ କରି ଏକ ୧୬ ଚକିଆ ଟ୍ରକ ସମେତ ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ମହୁଲ କୁ ଜବତ ପରେ CT & GSTର ବଡ଼ ଧରଣର ଚଡାଉ ପରେ ଆଜି ମହୁଲ ଗୋଦାମ ରେ ପୋଲିସ ଏବଂ ବନବିଭାଗର ମିଳିତ ଚଡାଉ କରି ଲକ୍ଷାଧିକ ଟଙ୍କାର କାଠ କୁ ଜବତ କରି କାଠ ଗୁଡିକୁ ବନବିଭାଗ କାର୍ଯ୍ୟାଳୟ ପରିସରରେ ରଖି ମୂଲ୍ୟଙ୍କନ କରୁଥୁବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।