Pratidin TV

Odisha's Digital News Platform

କୋଲକାତା ହରର : ସନ୍ଦୀପ ଘୋଷଙ୍କୁ ନିଲମ୍ବନ କଲା IMA..

1 min read

ନିଲମ୍ବିତ ହେଲେ  ସନ୍ଦୀପ ଘୋଷ । ଅଭୟାହତ୍ୟାକାଣ୍ଡ କୁ ନେଇ ବିବାଦରେ ଫସିଥିବା କୋଲକାତା ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସଦସ୍ୟତା ପଦରୁ ନିଲମ୍ବନ କରିଛି ଆଇଏମ୍‌ଏ। ଆଜି ଆଇଏଏମଏ ତାଙ୍କ ସଦସ୍ୟତାକୁ ରଦ୍ଦ କରି ଦେଇଛି। ତାଙ୍କୁ ଆସୋସିଏସନ ନିଲମ୍ବିତ କରିଛି ।କୋଲକାତା କୁକର୍ମ ମାମଲାରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତୀୟ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ସନ୍ଦୀପଙ୍କ ସଦସ୍ୟତା ସ୍ଥଗିତ ରଖିଛି।

ଆଇଏମଏ ସଭାପତିଙ୍କ ତରଫରୁ ସନ୍ଦୀପଙ୍କୁ ଏ ସମ୍ପର୍କରେ ଏକ ଚିଠି ଲେଖାଯାଇଛି। ଡକ୍ଟର ଘୋଷ୍‌ ଆଇଏମ୍‌ଏ କୋଲକାତା ଶାଖାର ଉପାଧ୍ୟକ୍ଷ ଥିଲେ। ସନ୍ଦୀପ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ବଳାତ୍କାର ହତ୍ୟା ମାମଲାର ତଦନ୍ତ କରୁଥିବା ସିବିଆଇ ମଧ୍ୟ କିଛି ପ୍ରମାଣ ପାଇଛି। ବର୍ତ୍ତମାନ ତାଙ୍କ ବିରୋଧରେ ଇଡି ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ସମୟରେ ଭାରତୀୟ ମେଡିକାଲ ଆସୋସିଏଶନ ମୁଖ୍ୟାଳୟର ଅନୁଶାସନ କମିଟି ମଧ୍ୟ ସର୍ବସମ୍ମତି କ୍ରମେ ସନ୍ଦୀପଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି। ଚିଠିରେ ଲେଖାଯାଇଛି ଯେ, ଆଇଏମ୍‌ଏ ପଶ୍ଚିମବଙ୍ଗର ରାଜ୍ୟ ଶାଖା ସହିତ ଡାକ୍ତରଙ୍କ ଅନ୍ୟ ସଂଗଠନଗୁଡ଼ିକ ମଧ୍ୟ ଆପଣଙ୍କ ସମଗ୍ର ବୃତ୍ତିକୁ ବଦ୍‌ନାମ କରୁଥିବା ବର୍ଣ୍ଣନା କରିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେଥିପାଇଁ ଆଇଏମ୍‌ଏ ମୁଖ୍ୟାଳୟର ଅନୁଶାସନ କମିଟି ସର୍ବସମ୍ମତି କ୍ରମେ ଆପଣଙ୍କୁ ତୁରନ୍ତ ଭାରତୀୟ ମେଡିକାଲ ଆସୋସିଏସନର ସଦସ୍ୟତାରୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି।

Advertisement

Leave a Reply

Your email address will not be published. Required fields are marked *