Pratidin TV

Odisha's Digital News Platform

ଉତ୍ତରପ୍ରଦେଶର ୨୦ ଜିଲ୍ଲାରେ ବନ୍ୟା ; ବୁଡିଲାଣି ୩୦ ଗାଁ , ଏପଟେ ଗଙ୍ଗାରେ ବଢୁଛି ଜଳସ୍ତର…

1 min read

ଉତ୍ତରପ୍ରଦେଶର ୨୦ ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନେପାଳ ସୀମାର ନଦୀ ସହିତ ଗଙ୍ଗା ର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି । ବାରାଣାସୀରେ ଗଙ୍ଗାର ଜଳ ସ୍ତର ପ୍ରତି ଘଣ୍ଟାରେ ୫-୧୦ ସେଣ୍ଟିମିଟର ବୃଦ୍ଧି ପାଉଛି। ସେପଟେ ଗୋରଖପୁରରେ ବିପଦ ସଙ୍କେତ ବାହାରେ ରାପ୍ତି ନଦୀ ପ୍ରବାହିତ ହେଉଛି। ବର୍ତ୍ତମାନ ଉତ୍ତରପ୍ରଦେଶର ୩୦ ଗାଁ ଜଳମଗ୍ନ ହେବା ସହ ରାସ୍ତାରେ ଡଙ୍ଗା ଚଳାଚଳ କରୁଛି । ଏନେଇ ଗୃହମନ୍ତ୍ରୀ ଅମିତ ଶାହା ସୋମବାର ସିଏମ ଯୋଗୀଙ୍କ ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ବିହାରରେ ମଧ୍ୟ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଛି। ମୁଜାଫରପୁରରେ ଅବସ୍ଥା ଅତ୍ୟନ୍ତ ଖରାପ। ବାଗମାଟି ଏବଂ ଲାଖଣ୍ଡେଇ ନଦୀ ମଧ୍ୟ ବିପଦ ସଙ୍କେତ ଉପରେ । ବକୁଚି, ପାଟାରୀ, ଆଣ୍ଡାମା, ବାସଗଟ୍ଟା, ନୱାଡା, ଗାଙ୍ଗେୟାର ୫୦ ହଜାରରୁ ଅଧିକ ଗାଁର ଜନସଂଖ୍ୟା ବନ୍ୟା ଜଳ ଦ୍ୱାରା ଘେରି ରହିଛନ୍ତି ।

ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଗୋଆ ପାଇଁ ଆଜି ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ଏଥି ସହ ମଧ୍ୟପ୍ରଦେଶ, ତାମିଲନାଡୁ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ କମଳା ଆଲର୍ଟ ଜାରି କରାଯାଇଛି।

ଆଜି ୧୧ ଟି ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି

ଉତ୍ତରପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ସିକ୍କିମ, ଆଣ୍ଡାମାନ-ନିକୋବର ରେ ପ୍ରବଳ ବର୍ଷା ଅନୁମାନ କରିଛି ପାଣୀପାଗ ବିଭାଗ । ଏଥି ସହିତ ଓଡିଶା, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମଡି।

ଜୁଲାଇ ୧୭ ରେ ଗୋଆ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, କେରଳ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ରହିଛି।

ଜୁଲାଇ ୧୭ ରେ ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ବିହାରରେ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ବଜ୍ରପାତ ଏବଂ ପବନର ବେଗ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *