Pratidin TV

Odisha's Digital News Platform

TRAIର ନୂଆ ନିୟମ ଲାଗୁ; ଆଜିଠୁ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ

ଆଜିଠାରୁ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିୟମ ଲାଗୁ କରିବାକୁ ଯାଉଛି ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ ବା ଟ୍ରାଇ। ଟ୍ରାଇର ନିଷ୍ପତ୍ତି ଅନୁସାରେ ସହଜ ହେବନି ସମାନ ନମ୍ବର ଥାଇ ସେବା ପ୍ରଦାନକାରୀ କମ୍ପାନୀ ବଦଳାଇବା। ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପ୍ରମାଣପତ୍ର, ଓଟିପି ଦେବାକୁ ପଡ଼ିବ। ଏହା ପରେ ଏହାର ଭିରିଫିକେସନ ପାଇଁ ବି ଅପେକ୍ଷା କରିବାକୁ ପଡ଼ିବ। ଭେରିଫିକେସନ ପରେ ହିଁ ଆପଣଙ୍କୁ ପୁରୁଣା ନମ୍ବରରେ ନୂଆ କମ୍ପାନୀର ସିମ୍ ଉପଲବ୍ଧ ହେବ। ଏଥିପାଇଁ ସାତ ଦିନର ସମୟ ଲାଗିବ।

ତେବେ ପ୍ରମାଣପତ୍ର, ଓଟିପି ଆଦିର ଭେରିଫିକେସନ ପରେ ହିଁ ଆପଣଙ୍କୁ ପୁରୁଣା ନମ୍ବରରେ ନୂଆ କମ୍ପାନୀର ସିମ୍ ଉପଲବ୍ଧ ହେବ। ଏଥିପାଇଁ ଲାଗିବ ୭ ଦିନର ସମୟ। ନୂଆ ନିୟମ ଅନୁସାରେ ତାହା ଏତେ ସହଜ ହେବନାହିଁ | ସିମ୍ ଫ୍ରଡ୍, ଜାଲିଆତି, ୟୁଜର୍ସଙ୍କ ଡାଟା ସୁରକ୍ଷା ପାଇଁ ହିଁ ଏହି ନୂଆ ନିୟମ ଆପଣାଉଥିବା ଦାବି କରୁଛି ଟ୍ରାଇ।

Leave a Reply

Your email address will not be published. Required fields are marked *