Pratidin TV

Odisha's Digital News Platform

ନିର୍ବାଚନ ତାରିଖ ଘୋଷଣା ପରେ , ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ..

1 min read

ଘୋଷଣା ହୋଇସାରିଛି ନିର୍ବାଚନ ତାରିଖ । ଏବେ ଆରମ୍ଭ ହୋଇଗଲାଣି ନିର୍ବାଚନ ପାଇଁ ପ୍ରସ୍ତୁତି । କିପରି ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଅନୁଷ୍ଠିତ ହେବ ସେଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ଓଡିଶା ପୋଲିସ । ଏ ନେଇ ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ଗୁଇନ୍ଦା ଆଇଜି ଅନୁପ ସାହୁ, ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଡିଆଇଜି ଉମାଶଙ୍କର ଦାଶଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍ ଅଧିକାରୀ ଉପସ୍ଥିତ ଥିଲେ । ଅପରେସନ୍ ଆଇଜି ଦେବଦତ୍ତ ସିଂହ ମଧ୍ୟ ବୈଠକରେ ସାମିଲ ହୋଇଥିଲେ ।

ଏହାବ୍ୟତୀତ ଭର୍ଚ୍ଚୁଆଲ ମାଧ୍ୟମରେ ସବୁ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ମଧ୍ୟ ଏହି ବୈଠକରେ ଯୋଡି ହୋଇଥିଲେ । ତେବେ ନିର୍ବାଚନ ପ୍ରସ୍ତୁତି ନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ସୂଚନାଥାଉକି, ଲୋକସଭା ସହ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ କାର୍ଯ୍ୟସୂଚୀ ଜାରି କରିସାରିଛନ୍ତି ନିର୍ବାଚନ କମିଶନର । ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ମେ’ ୧୩ ରେ ହେବା ପରେ ମେ’ ୨୦, ମେ’ ୨୫ ଓ ଜୁନ ୧ ରେ ରାଜ୍ୟରେ ପର୍ଯ୍ୟାୟକ୍ରମେ ମତଦାନ ହେବ । ଏହା ପରେ ଜୁନ ୪ ରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଗୁରୁତ୍ୱ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *