Pratidin TV

Odisha's Digital News Platform

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ; ଏଣିକି ଡାକ୍ତରମାନେ ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖିବାକୁ ବାଧ୍ୟ …..

1 min read

କଟକ : ହାଇକୋର୍ଟ ଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ । ଡାକ୍ତରମାନେ ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ୍ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଲେଖିବାକୁ ଓଡିଶା ହାଇକୋର୍ଟ ଏକ ଗୁରୁତତ୍ୱପୂର୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟର ସମସ୍ତ ଡାକ୍ତରଖାନା, କ୍ଲିନିକ, ମେଡିକାଲ କଲେଜକୁ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନେକ ସମୟରେ ରିପୋର୍ଟରେ ଡାକ୍ତରଙ୍କ ହାତଲେଖା ପଢି କ’ଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବ ହେଉନଥିବା ବେଳେ ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରେସକ୍ରିପସନରେ ବଡ଼ (କ୍ୟାପିଟାଲ) ଅକ୍ଷର ବା ସ୍ପଷ୍ଟ ଭାବେ ପଢି ହେଉôଥବା ହସ୍ତାକ୍ଷରରେ ଲେଖିବା ପାଇଁ ରାଜ୍ୟର ସମସ୍ତ ଡାକ୍ତରଙ୍କୁୁ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ କହିଛନ୍ତି । ସମସ୍ତ ମେଡିକାଲ ସେଣ୍ଟର, ଘେରାଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏ ନେଇ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ । ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ ସମ୍ବନ୍ଧୀୟ (ମେଡିକୋ-ଲିଗାଲ) ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ବା ଟାଇପ ପଦ୍ଧତିରେ ଲେଖିବା ପାଇଁ ଏହି ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଜରୁରୀକାଳୀନ ସ୍ଥିତିରେ ଡାକ୍ତରମାନେ ପ୍ରଦାନ କରିଥିବା ସେବା ପ୍ରଶଂସାଯୋଗ୍ୟ ବୋଲି ହାଇକୋର୍ଟ କହିଛନ୍ତି ।

ଅନ୍ୟପକ୍ଷରେ ଖରାପ ଅକ୍ଷରରେ ଲଖିତ ମେଡିକାଲ ପ୍ରେସକ୍ରିପସନ୍ ଓ ଚିକିତ୍ସା-ଆଇନ ସମ୍ବନ୍ଧୀୟ ଡକୁମେଣ୍ଟ ଅନେକ ସମୟରେ ବିଚାର ବ୍ୟବସ୍ଥାରେ ପ୍ରମାଣର ମୂଲ୍ୟ ନିର୍ଦ୍ଧାରଣ ପ୍ରସଂଗକୁ ପ୍ରଭାବିତ କରିଥାଏ । ବହୁ ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଅନିଶ୍ଚିତ ଭାବେ ଡାକ୍ତର ଲେଖିବା ଦ୍ବାରା ଚିକିତ୍ସା-ଆଇନ ସମ୍ବନ୍ଧୀୟ ଡକୁମେଣ୍ଟ ବୋଧଶକ୍ତି ବିପଦଜନକ ଭାବେ ପ୍ରଭାବିତ ହୋଇଥାଏ । ଏଭଳି ଅକ୍ଷର ପଢିବା ଓ ଏକ ନିର୍ଦ୍ଦିଷ୍ଟ ଉପସଂହାରରେ ପହଞ୍ଚିବା କ୍ଷେତ୍ରରେ ବିଚାରବ୍ୟବସ୍ଥା ଅସୁବିଧାର ସମ୍ମୁଖୀନ ହୋଇଥାଏ । ସେମାନେ ବଡ଼ ଅକ୍ଷରରେ ବା ଟାଇପ ପଦ୍ଧତିରେ ବା ଭଲ ହସ୍ତାକ୍ଷରରେ ଲେଖିବା ଆବଶ୍ୟକ ଯାହା ଦ୍ବାରା ବିଚାର ବ୍ୟବସ୍ଥା ହାତ ଲେଖା ପଢିବା ବେଳେ ଅଯଥା ଅବସନ୍ନତାର ସମ୍ମୁଖୀନ ହେବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି । ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରସାନନ୍ଦ ଭୋଇଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *