କଶ୍ମୀରରେ ଇମ୍ରାନ ହାସମୀଙ୍କୁ ପଥର ମାଡ ,ଟୁଇଟ୍ କରି କହିଲେ ସମ୍ପୂର୍ଣ୍ଣ ସତ
1 min readନୂଆଦିଲ୍ଲୀ : ସୁଟି ସମୟରେ ବଲିଉଡ୍ ହେଉ ଅବା ହଲିଉଡ୍ କିମ୍ବା ଅଲିଉଡ୍ ସବୁ କଳାକାର ମାନଙ୍କୁ ଅନେକ ଅସୁବିଧା ,ଉତ୍ତେଜନା ଏବଂ ହିଂସାର ସାମ୍ନା କରିବାକୁ ପଡେ । ସେହିଭଳି ଗତକାଲି ଇମ୍ରାନଙ୍କ ଉପରକୁ କାଶ୍ମୀରରେ ପଥର ମାଡ ହୋଇଥିବା ଘଟଣାଟି ନିଆଁ ଭଳି ଖେଳାଇହୋଇଯାଇଥିଲା ଦେଶରେ । ଏହାପରେ ଇମ୍ରାନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ରିଲସ୍ ଦୁନିଆକୁ ଛାଡିଲା ପରେ ଇମ୍ରାନ ବାସ୍ତବ ଦୁନିଆରେ ଜଣେ ବହୁତ ଭଲ ଏବଂ ପରଉପକାରୀ ମଣିଷ । ଏଥିପାଇଁ ଅନ୍ୟ କଳାକାର ମାନଙ୍କ ଅପେକ୍ଷା ତାଙ୍କ ପ୍ରଶଂସକଙ୍କ ସଂଖ୍ୟ ବେଶ୍ ଅଧିକ ।
ତେବେ ଇମ୍ରାନ କାଶ୍ମୀରରେ ତାଙ୍କର ଆଗାମୀ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ସୁଟିଂ କରୁଛନ୍ତି । ସୁଟିଂ ପରେ ସେ ତାଙ୍କ ଫିଲ୍ମର ୟୁନିଟର କିଛି ଲୋକଙ୍କ ସହ ବଜାରରେ ବୁଲିବାକୁ ଯାଇଥିଲେ । ତା’ପରେ କିଛି ଲୋକ ତାଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ । ଏହି ଘଟଣାରେ, ପହଲଗାମ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।ସେହିପରିି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଇମ୍ରାନ ଆଜି ଏକ ଟୁଇଟ୍ ଜରିଆରେ ନିଜ ପ୍ରସଂସକମାନଙ୍କୁ ସତ ଘଟଣାଟି କହିଛନ୍ତି ।
ଇମ୍ରାନ କହିଛନ୍ତି ଯେ କଶ୍ମୀରର ଲୋକମାନେ ଖୁବ୍ ଭଲ ସେମାନେ ବହୁତ ସୁନ୍ଧର ଭାବରେ ମୋ ସ୍ୱାଗତ ମଧ୍ୟ କରିଛନ୍ତି । ପହଲିଗାମର ଅନୁଭୂତି ବେଶ୍ ରୋମାଞ୍ଚକ ଯାହାକୁ ମୁ ଏବେ ଯାଏ ମଧ୍ୟ ଭୁଲି ପାରୁନି । ତେବେ ନିକଟରେ ମୋତେ ନେଇ ଚାଲିଥିବା ଗୁଜବଟି ମିଛ । ମୋର କିଛିବି କ୍ଷତି ହୋଇନାହିଁ । ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି ।
ସେହିଭଳି ପାହଲଗାମର ୧୪ ଦିନ ପୂର୍ବରୁ ଶ୍ରୀନଗରରେ ଇମ୍ରାନ ହାସମି ମଧ୍ୟ ଏହି ଚଳଚ୍ଚିତ୍ରର ସୁଟିଂ କରିଛନ୍ତି । ଫିଲ୍ମ’ଗ୍ରାଉଣ୍ଡ ଜିରୋ’ ହେଉଛି ବିଏସଏଫ ଯବାନଙ୍କ କାହାଣୀ, ଯାହାର ବର୍ତବ୍ୟ ପାକିସ୍ତାନ ସୀମାରେ ଅଛି । ଏହି ଚଳଚ୍ଚିତ୍ର ବ୍ୟତୀତ ଇମ୍ରାନ ହାସମି ଖୁବ ଶୀଘ୍ର ସଲମାନ ଖାନ ଏବଂ କ୍ୟାଟ୍ରିନାଙ୍କ ସହ ଫିଲ୍ମ ‘ଟାଇଗର ୩ ‘ରେ ଭିଲେନ ଭୂମିକାରେ ନଜର ଆସିବେ ।