ପୁଣି ଥରେ ଇମ୍ରାନଙ୍କୁ ଲାଗିଲା ଶକ୍ତ ଝଟକା , ଜେଲ୍ ରେ ରହି ପୁଣି ଥରେ ହେଲେ ଗିରଫ ..
1 min readପୁଣି ଥରେ ଇମ୍ରାନଙ୍କୁ ଲାଗିଲା ଶକ୍ତ ଝଟକା , । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମେ ୯ ରେ ହୋଇଥିବା ଜିଏଚକ୍ୟୁ ଆକ୍ରମଣରେ ପୁଣି ଥରେ ଗିରଫ କରାଯାଇଛି । ଇମ୍ରାନ ପ୍ରଥମରୁ ହିଁଁ ଆଦିଆଲା ଜେଲ୍ ରେ ଦଣ୍ଡ ଭୋଗୁଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରେ ଆତଙ୍କବାଦ ବିରୋଧୀ କୋର୍ଟ (ଏଟିସି) ଜିଏଚ୍କ୍ୟୁ ଆକ୍ରମଣ ମାମଲା ସହ ମେଟ୍ରୋ ଷ୍ଟେସନରେ ଅଗ୍ନିକାଣ୍ଡ ଏବଂ ହିଂସା ସୃଷ୍ଟି କରିବା ଘଟଣାରେ ଇମ୍ରାନ ଖାନଙ୍କୁ ହାଜର ହେବାକୁ କୁହାଯାଇଥିଲା । ତେବେ ତାଙ୍କୁ ଭର୍ଚୁଆଲ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । କାରଣ ତାଙ୍କର ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସିଧାସଳଖ କୋର୍ଟରେ ହାଜର କରାଯାଇନଥିଲା । ଶୁଣାଣି ବେଳେ ଇମ୍ରାନଙ୍କୁ ଆରଏ ପୋଲିସ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା । ତେବେ ବିଚାରପତି ମଲିକ ଇଜାଜ ଆସିଫ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଇମ୍ରାନ ଖାନଙ୍କୁ ଜେଲରେ ପଚରାଉଚରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁୟାରୀ ୨୩, ରେ ଧାର୍ଯ୍ୟ ହୋଇଥିବା ପରବର୍ତ୍ତୀ ଶୁଣାଣିରେ ଯୁକ୍ତି ଏବଂ ପ୍ରମାଣ ଉପସ୍ଥାପନ କରିବାକୁ ବିଚାରପତି ନୋଟିସ୍ ଜାରି କରିଛନ୍ତି । ୨୦୧୮ ରୁ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ଇମ୍ରାନ ଖାନ ବିଦେଶରୁ ବେଆଇନ ଉପହାର ଏବଂ ସମ୍ପତ୍ତି ଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଥିଲା । ମେ ୯, ୨୦୨୩ ରେ ଇସଲାମାବାଦ ହାଇକୋର୍ଟ ପରିସରରୁ ରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ସମୟରେ ଇମ୍ରାନଙ୍କ ସମର୍ଥକମାନେ ଲାହୋରର ଜେନେରାଲ ମୁଖ୍ୟାଳୟ (ଜିଏଚ୍କେ) ଉପରେ ଆକ୍ରମଣ କରିଥିଲେ । ଏହି ଦଙ୍ଗା ପାଇଁ ଇମ୍ରାନ ଖାନଙ୍କୁ ଦାୟୀ କରାଯାଇଥିଲା ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ତେବେ ଇମ୍ରାନ ଏବେ ପୁଣି ଗିରଫ ହୋଇଥିବାରୁ ନିର୍ବାଚନରେ ଲଢ଼ିପାରିବେ ନାହିଁ ବୋଲି ଜଣାପଡିଛି ।