Pratidin TV

Odisha's Digital News Platform

ଦୀର୍ଘ ୯ ବର୍ଷ ପରେ ବଲିଉଡକୁ ଫେରିବେ ଇମ୍ରାନ ଖାନ୍ ..

9 ବର୍ଷ ପରେ ପୁଣିଥରେ ବଲିଉଡକୁ ଫେରିଛନ୍ତି  ଇମ୍ରାନ ଖାନ୍।  ଦୀର୍ଘ ବର୍ଷ ଧରି ଅଭିନୟ ରୁ ଦୁରେଇ ରହିବା ପରେ ଏବେ ପୁଣିଥରେ  ପ୍ରତ୍ୟାବର୍ତ୍ତନ କରୁଛନ୍ତି ଇମ୍ରାନ ଖାନ । ରିପୋର୍ଟ ଅନୁଯାୟୀ, ଅଭିନେତା ଜଣକ ଆମିର ଖାନଙ୍କ ପ୍ରଡକ୍ସନ୍ସ ହାଉସ ଦ୍ବାରା ନିର୍ମିତ ଏକ ଫିଲ୍ମ ଯୋଗେ ସେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ଚଳଚ୍ଚିତ୍ରଟି ଡାନିସ ଅସଲମଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ ।ଆମୀର ଖାନ ପ୍ରଡକ୍ସନ୍ସର ପ୍ରଥମ ଓଟିଟି ଚଳଚ୍ଚିତ୍ରରେ ଇମ୍ରାନ ଖାନ ନଜର ଆସିବେ। ଫିଲ୍ମର ସୁଟିଂ କିଛି ମାସ ପରେ ଆରମ୍ଭ ହେବ ।

ବାସ୍ତବରେ, ଇମ୍ରାନ ଖାନ୍‌ ଗତ ମାସରେ ପୁଣିଥରେ ଲାଇମଲାଇଟକୁ ଆସିଥିଲେ, ଯେତେବେଳେ ସେ ଫିଲ୍ମ ଜଗତରେ ପ୍ରତ୍ୟାବର୍ତ୍ତନ ସମ୍ଭାବନା ବିଷୟରେ ଜୀନତ ଅମାନଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇଥିଲେ। ତାଙ୍କ ପ୍ରଶଂସକଙ୍କ ସହଯୋଗରେ ଉତ୍ସାହିତ ହୋଇ ଇମ୍ରାନ ସୋସିଆଲ ମିଡିଆରେ ତାଙ୍କ କ୍ୟାରିୟର ବିଷୟରେ କାହାଣୀ ଶେୟାର କରିବା ଆରମ୍ଭ କରିଥିଲେ। ’ଜାନେ ତୁ ୟା ଜାନେ ନା’ ପରେ ଇମ୍ରାନ ‘ ଆଇ ହେଟ ଲଭ ଷ୍ଟୋରୀଜ’, ’ଦିଲ୍ଲୀ ବେଲି’ ଏବଂ ’ମେରେ ବ୍ରଦର କି ଦୁଲହନ’ ଭଳି ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ‘ମଟରୁ କି ବିଜଲି କା ମଣ୍ଡୋଲା’, ମିଲାନ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ ଓ୍ବାନସ ଅପନ ଏ ଟାଇମ ମୁମ୍ବାଇ ଦୋବାରା’ ପୁଣିତ ମଲହୋତ୍ରାଙ୍କ ନିର୍ଦ୍ଦେଶିତ ’ଗୋରୀ ତେରେ ପ୍ୟାର ମେଁ’ ଏବଂ ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ‘କଟ୍ଟି ବଟ୍ଟି’ ଅନ୍ତର୍ଭୁକ୍ତ ଥିଲା। ଏହି ଚଳଚ୍ଚିତ୍ରଗୁଡ଼ିକର ବକ୍ସ ଅଫିସ  ବିଫଳତା ପରେ ଇମ୍ରାନ ଅଭିନୟଠାରୁ ଦୂରରେ ଯାଇଥିଲେ ।

Leave a Reply

Your email address will not be published. Required fields are marked *