Pratidin TV

Odisha's Digital News Platform

୩ ଦିନରେ ଗଲାଣି ୪ଜଣ ଜୀବନ; କାରଣ ଅସ୍ପଷ୍ଟ ଅଞ୍ଚଳ ବାସୀ ହେଲେ ଭୟଭିତ….

ରାୟଗଡାରେ ଆଶ୍ଚର୍ଯ୍ୟକର ଘଟଣା। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ କେ. କେରଳ ଗ୍ରାମରେ ଅଭାବନୀୟ ଅଘଟଣା। ତିନି ଦିନରେ ଗଲାଣି ଚାରି ଜଣଙ୍କ ଜୀବନ। ଏପରି ହୋଇଥିବାରୁ ଅଞ୍ଚଳରେ ଲୋକମାନେ ଭୟ ଭିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ଯାହା ଜଣା ପଡ଼ିଛି ମୃତ୍ୟବରଣ କରିଥିବା ଚାରି ଜଣ ହେଲେ ଚମ୍ପା ସାହୁ, ଖଗ ଝୋଡ଼ିଆ, ଅଭି ଘଣ୍ଟିଆ , ବନ ଝୋଡ଼ିଆ। ଏହାପରେ ପୁଣି ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ସ୍ଥାନାନ୍ତର କରାଯାଇଛି।କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ମୃତ୍ୟୁର କାରଣ ଜଣା ପଡି ନାହିଁ। ଅନ୍ୟ ପଟେ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ନଳକୂପ ଖରାପ ହେଇକି ବହୁତ ଦିନ ହୋଇ ପଡିଛି ଲୋକେ ବାଧ୍ୟ ହୋଇ ନାଳ ପାଣି ନେଇକି ପିଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେଥିପାଇଁ ଏପରି ହେଉଥିବାର ସନ୍ଦେହ କରୁଛନ୍ତି।

Leave a Reply

Your email address will not be published. Required fields are marked *