Pratidin TV

Odisha's Digital News Platform

ଗ୍ରୀଷ୍ମ ପାଇଁ ନିଆରା ପ୍ରୟାସ, ଗଛ ଡାଳରେ ପକ୍ଷୀଙ୍କ ପାଇଁ ଖାଦ୍ୟପାନୀୟ ଯୋଗାଉଛନ୍ତି ରଶ୍ମିରଞ୍ଜନ

ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ | ଅତବ୍ୟସ୍ତ ହୋଇପଡିଛି ଜନଜୀବନ | ମଣିଷଙ୍କ ସମେତ ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତ୍ତି ପଶୁ ପକ୍ଷୀ | ଏଭଳି ସ୍ଥିତିକୁ ନଜରରେ ରଖି ସମସ୍ତ ବଣୁଆ ପକ୍ଷୀଙ୍କ ପାଇଁ ପିଇବା ପାଣି ଓ କିଛି ଖାଦ୍ୟର ବ୍ୟବସ୍ଥା କରିଛନ୍ତି ପ୍ରକୃତି ଓ ପ୍ରାଣୀ ପ୍ରେମୀ ତଥା ସମାଜସେବୀ ଦରଦୀ ବନ୍ଧୁ ରଶ୍ମି ରଞ୍ଜନ ବାରିକ |

ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଯୁବକ ରଶ୍ମି ରଞ୍ଜନ ବାରିକ ନିୟମିତ କେନ୍ଦ୍ରାପଡ଼ାରୁ ଆଳି ୩୫ କିଲୋମିଟର ରାସ୍ତା ଅତିକ୍ରମ କରି ଯାତାୟାତ କରିଥାନ୍ତି | ଏବଂ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ଦୁର୍ଘଟଣା ଶିକାର ହେଉଥିବା ପଶୁମାନଙ୍କ ଚିକତ୍ସା କରିବା ଠାରୁ ଆରମ୍ଭ କରି ସେମାନଙ୍କ ମୃତଦେହ ରାତ୍ରି ନେଇ ବ୍ୟବଚ୍ଛଦ କରିବା ପର୍ଯ୍ୟନ୍ତ ମହତ କାର୍ଯ୍ୟ ସମ୍ପାଦନ କରୁଛନ୍ତି | ବର୍ତ୍ତମାନ 2ପ୍ରଚଣ୍ତ ଖରାକୁ ଖାତିର ନ କରି ରଶ୍ମି ରଞ୍ଜନ ନିଜ ପକେଟ ଖର୍ଚ୍ଚରୁ କାଟି ପକ୍ଷୀଙ୍କ ପାଇଁ ଛୋଟ ଛୋଟ ଠେକି ଓ ଶିକା କିଣି କଟକ ଚାନ୍ଦବାଲି ରାସ୍ତାର ବିଭିନ୍ନ ବୃକ୍ଷରେ ପାଣି ଭର୍ତ୍ତି କରି ଝୁଲାଇଥିବା ଦେଖିବାକୁ ମିଳିଛି |

ପକ୍ଷୀମାନେ ମଧ୍ୟ ଉପରୁ ଉଡି ଆସି ପାଣି ପିଇବା ସହିତ ଖାଦ୍ୟ ଖାଇ ଆନନ୍ଦରେ ଉଡିଯାଉଛନ୍ତି | ରଶ୍ମି ରଞ୍ଜନ ଏପରି ଭାବେ ୧ ହଜାର ମାଟି ହାଣ୍ଡି ଠେକିରେ ପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା କରିବା ସହିତ ପ୍ରତିଦିନ ସେଥିରେ ପାଣି ଭର୍ତ୍ତି କରିବା ନେଇ କହିଛନ୍ତି | ଖାଲି ସେତିକି ନୁହେଁ ରଶ୍ମି ରଞ୍ଜନ ନିୟମିତ ଭାବେ ରକ୍ତଦାନ ସହିତ ନିଜ ଅଙ୍ଗଦାନ ଓ କେନ୍ଦ୍ରାପଡ଼ାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିତେବେଲ ଟ୍ରଷ୍ଟରେ ଅସହ୍ୟ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ସାଧାରଣରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି |

Leave a Reply

Your email address will not be published. Required fields are marked *