Pratidin TV

Odisha's Digital News Platform

ଆସାମରେ ପ୍ରବଳ ବନ୍ୟାର ପ୍ରଭାବ, ତଳି ଅଞ୍ଚଳରେ ଲୋକଙ୍କ ଘର ପାଣିରେ ବୁଡ଼ି ରହିଛି

1 min read

ଆସାମ ରେ ବନ୍ୟାର ତାଣ୍ଡବ | ଘରେ ପଶିଲାନି ପାଣି | ଲାଗାଁ ବର୍ଷାରେ ଫୁଲୁଛି ବ୍ରହ୍ମପୁତ୍ର ନଦୀ | ଜଳସ୍ତର ବୃଦ୍ଧି ହେବା କାରଣରୁ ତଳିଆ ଅଞ୍ଚଳରେ ଜୀବନ ଯାତ୍ରା ପପ୍ରଭାବିତ ହୋଇଥିବା ବେଳେ ଲୋକଙ୍କ ମନରେ ଛନକା | କିଛି ଅଞ୍ଚଳରେ ପାଣି ପଶିବା ଫଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି | ଅନ୍ୟପଟେ ୟୁପି ମୋର୍ଦ୍ଧାବାଦରେ ଘରେ ପଶିଚି ବର୍ଷା ପାଣି | ଯାହାପାଇଁ ଲୋକେ ସମସ୍ୟାରେ ପଡିଯାଇଛନ୍ତି |

ସେହିପରି ଦକ୍ଷିଣ ଗୁଜୁରାଟରେ ପ୍ରବଳ ବର୍ଷା ହୋଇଛି | ମୌସୁମୀ ଛୁଇଁବା ପରେ ସାରା ଦେଶରେ ଲାଗି ରହିଛି ବର୍ଷା | ଉତ୍ତର ଭାରତ ସହ ତମାମ ରାଜ୍ୟରେ ଲାଗିରହିଛି ବର୍ଷା | ଆସମରେ ପରିସ୍ଥିତି ଏପରି ହୋଇଛି ଯେ ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସିଛି | ଚଳିତ ବର୍ଷର ଏହା ହେଉଛି ପ୍ରଥମ ବନ୍ୟା |

ବ୍ରହ୍ମୋପୁତ୍ର ନଦୀ ଉପରମୁଣ୍ଡାରେ ଲଗାଣ ବର୍ଷା ଫଳରେ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି | ସ୍ଥିତିକୁ ଆଖି ଆଗରେ ରଖି ତଳିଆ ଅଞ୍ଚଳ ଉପରେ ନଜରରେ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି | ବିପଦପୂର୍ଣ୍ଣ ସ୍ଥାନକୁ ଖାଲି କରିବା ପାଇଁ କୁହାଯାଇଛି | ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି NDRF ଟିମ |

Leave a Reply

Your email address will not be published. Required fields are marked *