Pratidin TV

Odisha's Digital News Platform

କାନାଡ଼ାରେ ପୁଣି ହିନ୍ଦୁ ମନ୍ଦିରକୁକ ଟାର୍ଗେଟ, ଭଙ୍ଗାରୁଜା ସହ କାନ୍ଥରେ ହିନ୍ଦୁ ବିରୋଧରେ ଲେଖା

1 min read

କିଛି ମାସର ବ୍ୟବଧାନ ପରେ ପୁଣି କାନାଡ଼ାର ଏଡିମୋନଟନ୍‌ରେ ଥିବା ସ୍ବାମୀ ନାରାୟଣ ମନ୍ଦିରରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ କାନ୍ଥରେ ପ୍ରଧାନମନ୍ତ୍ରୀ ମୋଦୀ ଓ କାନାଡ଼ା ସାଂସଦ ଚନ୍ଦ୍ର ଆର୍ଯ୍ୟଙ୍କ ବିରୋଧରେ ଘୃଣାପୂର୍ଣ୍ଣ ମନ୍ତବ୍ୟ ଲେଖିଛନ୍ତି। ଏହି ଘଟଣାରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯିବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରାଯାଇଛି।

କାନାଡ଼ାରେ ପୁଣିଥରେ ହିନ୍ଦୁ ମନ୍ଦିର ଉପରେ ଟାର୍ଗେଟ | ଏଡିମୋନଟନ୍‌ରେ ଥିବା ସ୍ବାମୀ ନାରାୟଣ ମନ୍ଦିରରେ ଭଙ୍ଗାରୁଜା କରିବା ସହ କାନ୍ଥରେ ହିନ୍ଦୁ ବିରୋଧରେ କଥା ଉଲ୍ଲେଖ କରି ଲେଖିଛନ୍ତି | କାନାଡ଼ା ସ୍ଥିତ ବିଏଚପି ଏକ X ରେ ପୋଷ୍ଟ କରି ଲେଖିଛନ୍ତି, ବିଶ୍ୱ ହିନ୍ଦୁ ପରିଷଦ କାନାଡ଼ାର ଏଡିମୋନଟନ୍‌ରେ ବିଏସପି ମନ୍ଦିରରେ ହିନ୍ଦୁ ବିରୋଧ ପେଣ୍ଟିଂ ଓ ଭଙ୍ଗାରୁଜାକୁ ନିନ୍ଦା କରାଯାଉଛି | ସଂଗଠନ ଏହା ସହ କହିଛି, ଆମେ କାନାଡା ସରକାରଙ୍କୁ ଅପିଲ କରୁଛୁ ଯେ, ସେ ଦେଶରେ ଆମର ଶାନ୍ତିପ୍ରିୟ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ଘୃଣା ସୃଷ୍ଟି କରୁଥିବା ଚରମପନ୍ଥୀ ବିଚାରଧାରା ବିରୋଧ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

Advertisement

ଗତ କିଛି ବର୍ଷ ମଧ୍ୟରେ ଟରୋଣ୍ଟ, ବ୍ରିଟିସ କଲମ୍ବିଆ ଓ କାନାଡ଼ାର ଅନ୍ୟ ଅଞ୍ଚଳର ହିନ୍ଦୁ ମନ୍ଦିରରେ ଏଭଳି ଭଙ୍ଗାରୁଜା ଘଟଣା ବୃଦ୍ଧି ପାଇଛି। ଏହି ସମସ୍ତ ଘଟଣା ପଛରେ ଶିଖ୍‌ସ ଫର ଜଷ୍ଟିସର ହାତ ରହିଛି। ଗତବର୍ଷ ଗୁରପନ୍ତୱନ୍ତ ସିଂହ ପନ୍ନୁ ହିନ୍ଦୁଙ୍କୁ ଭାରତ ଫେରିଯିବାକୁ ଚେତାବନୀ ଦେଇଥିଲା। ବ୍ରାମ୍ପଟନ୍‌ ଓ ଭାନ୍‌କୋଭରରେ ପନ୍ନୁର ସମର୍ଥକମାନେ ହାତରେ ମାରଣାସ୍ତ୍ର ଧରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଉତ୍ସବ ପାଳନ କରିଥିଲେ।

Leave a Reply

Your email address will not be published. Required fields are marked *