Pratidin TV

Odisha's Digital News Platform

ରାଜଧାନୀରେ ଚାଞ୍ଚଲ୍ୟ , ପୁରୁଣା ରାଗ ପାଇଁ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ …

ଭୁବନେଶ୍ୱର ; ରାତିଅଧରେ ରାଜଧାନୀରେ ଚାଞ୍ଚଲ୍ୟ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ । ସିସିଟିଭିରେ କଏଦ୍ ହେଲା ଏଭଳି ଭୟଙ୍କର ଦୃଶ୍ୟ ।

ସୂଚନା ଅନୁଯାୟୀ ଗତକାଲି ରାତିରେ ସୁନ୍ଦରାପଦା ହରିଆ ଛକ ନିକଟରେ ଘଟିଛି ଏଭଳି ଅଘଟଣ । ଗୁରୁତର ଯୁବକଙ୍କ ଘର ଏୟାରଫିଲଡ଼ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଆହତ ଜଣଙ୍କ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘରଣା ସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଚଳାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରିରଖିଛି ।

Leave a Reply

Your email address will not be published. Required fields are marked *