Pratidin TV

Odisha's Digital News Platform

କଲେଜରେ ଦିନରେ ପାଠପଢ଼ା, ରାତିରେ ଚାଲୁଥିଲା ଦେହବେପାର…

ବଲାଙ୍ଗୀର ; ମହାବିଦ୍ୟାଳୟନାଁରେ ଲାଗିଲା କଳଙ୍କ । ଦିନରେ ପାଠପଢା ପରେ ରାତିରେ ଚାଲୁଥିଲା ଦେହ ବେପାର । ଆଉ ଏହି ଦେହ ବେପାର କାର୍ଯ୍ୟରେ ନିୟୋଜିତ ଥିଲେ କଲେଜର ରାତ୍ର ଜଗୁଆଳୀ। ଏମିତି ଏକ ବିଚିତ୍ର କଲେଜ ଚାଲିଥିଲା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ୍ତ ରାତ୍ର ଜଗୁଆଳୀ ଓ ଜଣେ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ହେଲେ ଗ୍ରାହକ ଓ ଦେହ ବେପାରରେ ନିୟୋଜିତ ଯୁବତୀମାନେ ଚମ୍ପଟ ମାରିଛନ୍ତି।

ସୂଚନା ଅନୁଘାୟୀ ବଲାଙ୍ଗୀର ପାଟଣାଗଡ଼ ଥାନା ଅଞ୍ଚଳରେ ଥିବା ଯୋଗିମୁଣ୍ଡା କଲେଜ ରୁ ଆସିଛି ଏଭଳି ଦୃଶ୍ୟ । ଯେଉଁଠି ଦିନବେଳା ଅଧ୍ୟାପକ ମାନେ ପାଠ ପଢ଼ାଉଥିବା ବେଳେ ରାତ୍ରିରେ ରାତ୍ରି ଜଗୁଆଳି ରାସଲୀଳା କରୁଥିବା ଖବର ପାଇ ପୋଲିସ ଗିରଫ କରିଛି ରାତ୍ର ଜଗୁଆଳି କୁ । ସଞ୍ଜ ନଇଁଲେ କଲେଜ ରେ ଜମୁଥିଲା ଭିଡ଼। ରାତି ଯେତେ ବଢ଼ୁଥିଲା, କଲେଜର ପରିବେଶ ସେତେ ଉଷ୍ମ ହେଉଥିଲା ଚାଲୁଥିଲା ସେକ୍ସକାରବାର। ପର୍ଥ ବିନିମୟରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଥିଲେ ସୁନ୍ଦର ସୁନ୍ଦର ଯୁବତୀ। ରାତ୍ର ଜଗୁଆଳୀଙ୍କ ଉପସ୍ଥିତିରେ ଏ ସବୁ କାରବାର ହେଉଥିବା ଅଭିଯୋଗ ପରେ ପୋଲିସ ପାଟଣାଗଡ ପୋଲିସ ସେହି କଲେଜରେ ଅର୍ଦ୍ଧରାତ୍ରରେ ଚଢାଉ କରିଥିବା ବେଳେ କଲେଜ ର ରାତ୍ରିଜଗୁଆଳି ଟିକେରାମ ମାଝୀ ଙ୍କୁ ଜଣେ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ପାଇବା ସହ ରାତ୍ରିର ସୁଯୋଗ ନେଇ ଅନ୍ୟମାନେ ଖସି ପଳାଇବାକୁ ସକ୍ଷମ ହୋଇ ଥିଲେ । ଏ ବିଷୟରେ କଲେଜ ର ରାତ୍ରିଜଗୁଆଳି ଟିକେରାମ ମାଝୀ ଙ୍କୁ ଗିରଫ କରିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *