Pratidin TV

Odisha's Digital News Platform

ଗୁଜରାଟରେ ଟ୍ରଲରକୁ ପଛପଟୁ ଧକ୍କା ଦେଇ କାର ଚୁରମାର ; ୭ ମୃତ, ଜଣେ ଆହତ

1 min read

ଗୁଜରାଟର ସାବରକାନ୍ତ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଅଟକି ରହିଥିବା ଏକ ଟ୍ରଲରକୁ ପଛପଟୁ ଜୋର୍‌ରେ ଧକ୍କା ଦେଇ ଭିତରେ ପଶିଲା କାର। ଫଳରେ ୭ ଜଣ ମୃତ। ଗୁଜରାଟ ସାବରକଣ୍ଠା ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ତେବେ ସମସ୍ତ ମୃତକ ଅହମ୍ମଦାବାଦ ବାସିନ୍ଦା ବୋଲି ଜଣାପଡିଛି । ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ,କାର୍‌ରେ ଥିବା ସମସ୍ତ ଲୋକେ ଲୋକ ଶ୍ୟାମଲା ଜୀ ମନ୍ଦିର ଦର୍ଶନ କରିବା ପରେ ଅହମ୍ମଦାବାଦ ଫେରୁଥିଲେ। ହିମତନଗର ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଶ୍ୟାମଲାଜୀରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା କାରରେ ଅନେକ ଲୋକ ଯାତ୍ରା କରୁଥିଲେ। କିନ୍ତୁ ପରେ ଜାତୀୟ ରାଜପଥରେ ଥିବା ‘ଟ୍ରଲର ‘ ସହିତ କାରଟି ଧକ୍କା ହୋଇଥିଲା। ପୋଲିସ ଅଧୀକ୍ଷକ କହିଛନ୍ତି ଯେ ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୭ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଏବେ ଘଟଣାରେ ମାମଲା ରୁଜୁ ହୋଇ ତଦନ୍ତ କରାଯାଉଛି। କାରରେ ସମୁଦାୟ ୮ ଜଣ ବ୍ୟକ୍ତି ଥିଲେ। କାର୍‌ର ଅବସ୍ଥାକୁ ଦେଖି ଦୁର୍ଘଟଣା କେତେ ଭୟଙ୍କର ଥିଲା ଓ କାର୍‌ର ଗତି କେତେ ଅଧିକ ଥିଲା ଅନୁମାନ କରାଯାଇପାରୁଛି। ତେବେ ଘଟଣାଟି ଆଜି ସକାଳ ୬ଟାରେ ହୋଇଛି। ଏନେଇ ସୂଚନା ପାଇବା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସ୍ଥଳକୁ ଯାଞ୍ଚ କରିବା ସହ ଏକ ମାମଲା ରୁଜୁ କରି ଅଧିକ ଅଧିକ ତଦନ୍ତ ଜାରି ରଖିଛି।

Advertisement

Leave a Reply

Your email address will not be published. Required fields are marked *