Pratidin TV

Odisha's Digital News Platform

ଦେଶରେ ଲକ୍ଷେ ପାରକଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତ ଦୁଇଦିନ ହେବ ସଂକ୍ରମଣ ମାମଲା ୧୭ ହଜାର ଉପରେ ରହୁଥିବା ବେଳେ ଆଜି ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୬,୧୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ୩୧ ଜଣଙ୍କ ଜୀବନ ନେଇଛି ମହାମାରୀ ।

ଏଯାବତ ଦେଶରେ ୫ ଲକ୍ଷ୨୫ ହଜାର ୧୯୯ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୧୭୧୧କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ ୪.୨୭%ରେ ପହଞ୍ଚିଛି । ଏଯାବତ୍ ୪ କୋଟି ୨୮ ଲକ୍ଷ ୬୫ହଜାର ୫୧୯ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ ୧୯୭ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

Leave a Reply

Your email address will not be published. Required fields are marked *