ମାୟନଗରୀ ମୁମ୍ବାଇରେ ପ୍ରକୃତି ରଚିଛି ତାଣ୍ଡବ..ଭୁଶୁଡିଲା ବିଶାଳ ହୋର୍ଡିଂ, ୧୪ ମୃତ
1 min readହଠାତ ବଦଳିଗଲା ପାଣିପାଗ | ଧୂଳି ଝଡ଼ ଯୋଗୁଁ ଦିନ ହାଇଗଲା ରାତି | ମାୟନଗରୀ ମୁମ୍ବାଇରେ ପ୍ରକୃତି ରଚିଛି ତାଣ୍ଡବ | ବିଲବୋର୍ଡ ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ହଠାତ ମାଡି ଆସିଲା ଧୂଳି ଝଡ଼ କରିଦେଲା ଲୋକଙ୍କ ବ୍ୟପାକ କ୍ଷତି | ତେବେ ଏହି ଅଘଟଣାଟି ମୁମ୍ବାଇର ଘାଟକୋପର ଅଞ୍ଚଳରେ ଘଟିଛି |
ସୂଚନା ଅନୁଯାୟୀ, ସୋମବାର ଅର୍ଥାତ ମେ ୧୩ ତାରିଖ ଦିନ ଅପରାହ୍ନରେ ହଠାତ ଧୂଳି ଝଡ଼ ମାଡିଆସିଥିଲା | ତେବେ ଘାଟକୋପର ଅଞ୍ଚଳରେ କେହି କିଛି ଭାବିବା ପୂର୍ବରୁ ବିଶାଳ ବିଲବୋର୍ଡ ଭାଙ୍ଗି ଏକ ଏକ ପେଟ୍ରୋଲ ପମ୍ପ ଉପରେ ପଡ଼ି ଯାଇଥିଲା। ଫଳରେ ଏହା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିଲେ। ୭୦ରୁ ଅଧିକ ଆହତ ହୋଇଥିବା ସମୟରେ ତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ବିଲ୍ବୋର୍ଡ ଖସିବା ଫଳରେ ସେଠାରେ ପାର୍କିଂ କରାଯାଇଥିବା ଏକାଧିକ କାର୍ କ୍ଷତିଗ୍ରସ୍ତ ହୋଇଛି।
ପ୍ରଭାବିତ ଅଞ୍ଚଳକୁ ଏନ୍ଡିଆରଏଫ୍ ଟିମ୍ ପଠାଯାଇଥିଲା | ଆହତଙ୍କୁ ବ୍ରିହନ ମୁମ୍ବଇ ମ୍ୟୁନିସିପାଲ କର୍ପୋରେସନ ଦ୍ବାରା ପରିଚାଳିତ ରାଜାୱାଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୪୩ ଜଣ ଆହତ ଏବେ ବି ଚିକିତ୍ସାଧୀନ ଥିବା ବେଳେ ୩୧ ଜଣ ଆହତଙ୍କୁ ଡିସଚାର୍ଜ କରାଯାଇଛି।
ଧୂଳି ଝଡ଼ ପରେ ଆରମ୍ଭ ହୋଇଯାଇଥିଲା ବର୍ଷ | ବର୍ଷା ଓ ଧୂଳି ଝଡ଼ ଯୋଗୁଁ ଆରେ-ଅନ୍ଧେରୀ ଇଷ୍ଟ ରୁଟ୍ରେ ମେଟ୍ରୋ ସେବାକୁ ଦୁଇ ଘଣ୍ଟା ବନ୍ଦ ରଖାଯାଇଥିଲା। ରେଳଧାରଣା ଉପରେ ବର୍ଷା ଜଳ ପ୍ରବାହିତ ହେବାଫଳରେ କେତେକ ରୁଟ୍ରେ ଲୋକାଲ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି।
ହୋର୍ଡିଂ ଭୁଶୁଡ଼ି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘‘ମୁମ୍ବାଇର ଘାଟକୋପର ଅଞ୍ଚଳରେ ହୋର୍ଡିଂ ପଡ଼ିବା ରୁ ଅନେକ ଲୋକଙ୍କ ଜୀବନ ଯିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ୟ୍ୟରେ ସଫଳତା କାମନା କରୁଛି’’ ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି।