Pratidin TV

Odisha's Digital News Platform

ପୁରୀରେ ବିଦେଶୀ ନିଶାଡି ପର୍ଯ୍ୟଟକଙ୍କ ଉନ୍ମତ୍ତ କାଣ୍ଡ , ଥାନାରେ କାଚ ଭାଙ୍ଗି..

ପୁରୀ ; ପୁରୀ ବେଳାଭୂମୀରେ ନିଶାସକ୍ତ ବିଦେଶୀ ପର୍ଯ୍ୟଟକଙ୍କ ଉତ୍ପାତ । ସ୍ୱର୍ଗଦ୍ୱାର ବେଳାଭୂମୀରେ ନିଶା ଖାଇ ନିଜ ନିୟନ୍ତ୍ରଣ ବାହାରଲୁ ଯାଇ ଉନ୍ମତ୍ତ କାଣ୍ଡ ଘଟାଇଥିଲେ ଜଣେ ଯୁବକ । ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ପୁରୀ ସମୁଦ୍ରକୂଳ ଥାନା ପୋଲିସ କୁ ସୂଚନା ଦେଇଥିଲା ।

ସୂଚନା ପାଇ ଟାଉନ ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣି ଅଟକ ରଖିଥିଲା । କିନ୍ତୁ ବିଦେଶୀ ପର୍ଯ୍ୟଟକ ଜଣଙ୍କ ଥାନାରେ ମଧ୍ୟ ନିଜ ଉତ୍ପାତ ଦେଖାଇଥିଲେ । ନିଶାସକ୍ତ ଅବସ୍ଥାରେ ଥାନାରେ କାଚ ଭାଙ୍ଗି ନିଜକୁ ଆଘାତ୍ କରିଥିଲେ । ଫଳରେ ପୋଲିସ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି ।

ଆହତ ବିଦେଶୀ ନାଗରିକ ଜଣକ କ୍ରେଗ ସେଲଡନ୍ ବୋଲି ଜଣାପଡିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

Leave a Reply

Your email address will not be published. Required fields are marked *