ଶଳା ଉପରକୁ କାର ମଡାଇ ହତ୍ୟା ଉଦ୍ୟମ କଲେ ଆଇନଜୀବୀ ଭିଣୋଇ
1 min readଭୁବନେଶ୍ୱର :ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରଠାରେ , ଶଳାକୁ ଗାଡି ମଡାଇବା ଉଦେଶ୍ୟରେ ଫସିଗଲେ ନିଜେ ଭିଣୋଇ । ଘଟଣାଟି ସମ୍ବଲପୁର ଜିଲ୍ଲାର ,ତେବେ ପତ୍ନୀଙ୍କ ସହ ବିବାଦ କାରଣରୁ ଶଳାକୁ ଗାଡି ମଡାଇ ହତ୍ୟା ଉଦୟମ କରିଛନ୍ତି ଜଣେ ନୃଶଂସ ଭିଣୋଇ । ପାରିବାରିକ ବିବାଦକୁ ନେଇ ଭିଣୋଇ ଜଣଙ୍କ ଆଜି ଅପରାହ୍ନ ସମୟରେ ଶଶୂର ଓ ଶଳାଙ୍କୁ ଏକତ୍ର ଯାଉଥିବାର ଦେଖି ନିଜ କାରଡିକୁ ମଡେଇନେଇଥିଲେ ତାଙ୍କ କାରଟିକୁ । ତେବେ ସ୍ୱଭାଗ୍ୟ ବସତ ଶଶୁରଙ୍କୁ ବିଶେଷ ଆଘାତ ଲାଗିନଥିବା ବେଳେ ଶଳାଙ୍କର ଏକ ଗୋଡ ଭାଙ୍ଗିଯାଇଥିବା ସୂଚନା ଦେଇଛି ସମ୍ବଲପୁର ଟାଉନ ପୋଲିସ ।
ଭିଣୋଇଙ୍କ କାରଟି ଭାରସାମ୍ୟ ହରାଇ ଏସ୍ପିଙ୍କ ଘର ପାଚେରୀ ରେ ପିଟି ହୋଇଯାଇଥିଲା ,ଫଳରେ ଏସ୍ପିଙ୍କ ପାଚେରୀ ଭାଙ୍ଗିଯାଇଥିଲା । ଏନେଇ ଟାଉନ ପୋଲିସ ଭିଣୋଇଙ୍କୁ ଅଟକାଇ ରଖି ପଚରାଉଚରା କରିବାରୁ ଭିଣୋଇ ଜଣଙ୍କ ଆଇନଜୀବୀ ବୋଲି ଜଣାପଡିଛି । ତେବେ ଜଣେ ଆଇନଜୀବୀ ହୋଇ ଏପରି ଜଘନ୍ୟ ଘଟଣା କାହିଁକି ଘଟେଇଲେ ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।