ସ୍ପେନରେ ପ୍ରକୃତି ଦେଖାଉଛି କରାଳ ରୂପ; ବଢିଚାଲିଛି ମୃତ୍ୟୁସଂଖ୍ୟା, ଅନେକ ନିଖୋଜ
1 min readସ୍ପେନରେ ପ୍ରବଳ ବର୍ଷା ଯୋଗୁ ଆସିଛି ପ୍ରଳୟଙ୍କାରୀ ବନ୍ୟା। ଏଥିସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏଥିଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ଲଗାଣ ବର୍ଷା ଯୋଗୁଁ ସ୍ପେନର ବହୁ ଅଞ୍ଚଳ ପାଣି ଘେରରେ ରହିଛି। ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଚାନକ ବନ୍ୟା ପ୍ରଭାବରେ ସ୍ପେନ୍ର ଅନେକ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । କେବଳ ଏହା ନୁହେଁ ଏହି ବନ୍ୟାରେ ୨୧୪ଜଣଙ୍କ ମୃତ୍ୟୁ ଘଟିଛି । ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।
ସ୍ପେନରେ ମୂଷଳଧାରାରେ ବର୍ଷା ହୋଇଥିବା ବେଳେ ବୁଧବାର ଭୀଷଣ ବନ୍ୟା ସୃଷ୍ଟି ହୋଇଥିଲା। ଏଥିସହ ବହୁ ସ୍ଥାନରେ ଅତଡ଼ା ଖସି ଯାଇଥିଲା। ଫଳରେ ପ୍ରଖର ସ୍ରୋତରେ ପାଣି ମାଡ଼ିଆସି ଗାଁଠୁ ଆରମ୍ଭ କରି ସହରରେ ପଶି ଯାଇଥିଲା। ରେଳ ଲାଇନ୍ଠୁ ଆରମ୍ଭ କରି ବିମାନବନ୍ଦର ସବୁ ପାଣିରେ ବୁଡ଼ି ଯାଇଥିଲା। ଏଥିସହ କାର୍ଗୁଡ଼ିକ ଖେଳଣା ପରି ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲା।
ଉଦ୍ଧାର ଓ ସଫେଇ କାର୍ଯ୍ୟରେ ୨୫ଶହ ସେନା ମୁତୟନ ଅଛନ୍ତି। ୫ହଜାର ଅତିରିକ୍ତ ସେନା ଯବାନଙ୍କୁ ମୁତୟନ କରାଯିବ ବୋଲି କୁହାଯାଇଛି । ଭାଲନେସିଆରେ ୨୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଷ୍ଟିଲିଆଲା ମାନ୍ ଓ ଅଣ୍ଡାଲୁସିଆରେ ୩ଜଣଙ୍କ ମୃତ୍ୟୁ ଘଟିଛି ।
ପ୍ରଧାନମନ୍ତ୍ରୀ ପେଟ୍ରୋ ସାଜ୍ କହିଛନ୍ତି, ଚଳିତ ଇତିହାସର ସବୁଠାରୁ ବଡ଼ ଆକସ୍ମିକ ବନ୍ୟାକୁ ସ୍ପେନ୍ ସାମ୍ନା କରିଛି । ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଶନିବାର ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା । ଏଥିରେ ଭାଇନେସିଆର ପୂର୍ବାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।