Pratidin TV

Odisha's Digital News Platform

ଭରତପୁର ଥାନା ଘଟଣାରେ, ନିଲମ୍ବିତ IIC ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ

1 min read

ଖାକି ପୋଷାକରେ କଳଙ୍କ ଲଗାଇ ସବୁ ଅଭଦ୍ରାମିର ସୀମା ଲଂଘିଛି କମିଶନରେଟ ପୋଲିସର ଭରତପୁର ଥାନା ପୋଲିସ | କେବଳ ପୁରୁଷ ଅଫିସର ନୁହେଁ ମହିଳା ଅଫିସର ମଧ୍ୟ ନିଜ ମଣିଷପଣିଆ ଠାରୁ ବହୁ ଉର୍ଦ୍ଧ୍ବରେ ଯାଇ ବିଳମ୍ବିତ ରାଇଟରେ ଅଭିଯୋଗ କରିବାକୁ ଆସୁଥିବା ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ରାତି ତମାମ ଅକଥନୀୟ ନିର୍ଯାତନା ଦେଇଥିଲେ | କେବଳ ନିର୍ଯାତନା ନୁହେଁ ମେଜରଙ୍କ ବାନ୍ଧବୀଙ୍କ ମାଡ଼ ମାରିବା ସହ ପ୍ରାଇଭେଟ ପାର୍ଟକୁ ଗୋଇଁଠା ମଧ୍ୟ ମାରିଛନ୍ତି | ତାହା ପୁଣି ଜଣେ ପୋଲିସ ଅଫିସର | ତେବେ ଏମ୍ସରେ ଚିକିତ୍ସିତ ହେଉଥିବା ବାନ୍ଧବୀ ସେହିଦିନର ଅନ୍ଧାର ରାତିର କାହାଣୀ ବଖାଣିବା ସହ ଏହି ଘଟଣାରେ ନିଲମ୍ବିତ ହୋଇଥିବା IIC ଓ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁ ରେ ମାମଲା ରୁଜୁ ହୋଇଛି | ମେଜରଙ୍କ ଏତେଲା ପରେ ଅପରାଧିକ ମାମଲା ରୁଜୁ ହୋଇଛି କ୍ରାଇମ ବ୍ରାଞ୍ଚ | କ୍ରାଇମ ବ୍ରାଞ୍ଚ କେସ ନମ୍ବର ୧୧/୨0୨୪ ରେ ମାମଲା ରୁଜୁ ହୋଇଥିବା ବେଳେ ଖୁବ ଶୀଘ୍ର ଗିରଫ ହୋଇପାରନ୍ତି ଭରତପୁର ଥାନା IIC |

ଅପରାଧୀ ଭଳି ଜେରା ହେଲେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ତାଙ୍କ ସହଯୋଗୀ। ଗତକାଲି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ପୁଲିସର ବର୍ବରତା କଥା କହିବା ବେଳେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଚରମ ସୀମାରେ ପୁଲିସ ବର୍ବରତା ପହଞ୍ଚିଥିବା ଖବର ଆସିବା ପରେ ଅପରାଧିକ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ।

Advertisement

ତେବେ ଭରତପୁର ଥାନାରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣା କୋଲ୍କାତାର ଆର ଜେ କର ମେଡିକାଲରେ ଘଟିଥିବା ଡାକ୍ତରୀ ମହିଳା ଦୁଷ୍କର୍ମ ଓ ହତ୍ୟା ଘଟଣା ଠାରୁ ବଳି ଯାଇଛି | କାରଣ ପିଡୀତଙ୍କ ବୟାନ ଅନୁଯାୟୀ ଯାହା ଜଣାପଡିଛି, ଥାନା ଭିତରେ ପୋଲିସ ଅଫିସର ଜଣକ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ | ତେବେ ସେଦିନର ହସ୍ପିଟାଲର କାଳ ରାତିର ଘଟଣା ଆଉ ବର୍ତ୍ତମାନ ଥାନା ଭିତର ଘଟଣା ଦର୍ଶାଇ ଦେଉଛି ଆମ ଦେଶରେ ମହିଳା କେତେ ସୁରକ୍ଷିତ ଅଛନ୍ତି |

Leave a Reply

Your email address will not be published. Required fields are marked *