Pratidin TV

Odisha's Digital News Platform

ସଲମାନଙ୍କ ଘର ଉପରକୁ ଗୁଳି ମାଡ଼ ମାମଲା, ପୋଲିସ କବଜାରେ ୫ମ ଅଭିଯୁକ୍ତ

ମହାରାଷ୍ଟ୍ର ପୋଲିସର ବଡ ସଫଳତା | ଧରାପଡିଲା ୫ମ ଅଭିଯୁକ୍ତ | ସଲମାନ ଖାନଙ୍କ ଘର ବାହାରେ ଗୁଳି ଚାଳନା ମାମଲାରେ ୫ମ ଅଭିଯୁକ୍ତ ଗିରଫ ହୋଇଛି। ମଙ୍ଗଳବାର ଏହି ମାମଲାରେ ୫ମ ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି ମୁମ୍ୱଇର କ୍ରାଇମବ୍ରାଞ୍ଚ ଟିମ୍।

ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣକ ହେଲେ ମହମ୍ମଦ ଚୌଧୁରୀ | ସେ ଶୁଟର୍‌ ବିକ୍କି ଗୁପ୍ତା ଓ ସାଗର ପାଲଙ୍କୁ ଟଙ୍କା ଦେବା ଓ ସଲମାନଙ୍କ ଘରର ରେକି କରୁଥିବା ଅଭିଯୋଗ ରହିଛି। ତାଙ୍କୁ ଗତକାଲି କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିବା ସହ ତାକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଛି |

ତେବେ ପୂର୍ବ ଖବର ଅନୁସାରେ, ଏପ୍ରିଲ ୧୪ ତାରିଖ ଦିନ ସକାଳେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ୨ ଜଣ ବାଇକ ଯୋଗେ ଆସି ପବନରେ ଗୁଳି ଚାଲାନା କରିଥିଲେ | ତେବେ ଗୁଳି ସଲମାନ ଖାନ ଙ୍କ ଘର ବାହାର କାନ୍ଥରେ ବାଜିଥିଲା | ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ଏହି ଆକ୍ରମଣ କରିଥିବା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା। ଦିନକୁ ଦିନ ନୂଆ ରୂପ ନେଉଛି ଏହି ମାମଲା |

Leave a Reply

Your email address will not be published. Required fields are marked *