Pratidin TV

Odisha's Digital News Platform

ଦେଶରେ ପଞ୍ଚମ ପର୍ଯ୍ୟାୟ ଭୋଟ, ୪୯ ଲୋକସଭା ଆସନରେ ଚାଲିଛି ମତଦାନ

1 min read

ଆଜି ଦେଶରେ ଲୋକସଭା ନିର୍ବାଚନରେ ୫ମ ପର୍ଯ୍ୟାୟ ମତଦାନ କରୁଛନ୍ତି ଜନତା | ହାଇପ୍ରୋଫାଇଲ ସିଟରେ ହେଭିୱେଟ ନେତାଙ୍କ ହେଉଛି ଲଢେ଼ଇ | ରାଜନାଥ ସିଂ, ସ୍ମୃତି ଇରାନୀ, ପିୟୁଷ ଗୋଏଲ, ସମେତ କେନ୍ଦ୍ରମନ୍ତ୍ରଙ୍କ ଭାଗ୍ୟ ପରୀକ୍ଷା ହେଉଛି |

ଆଜି ସକାଳୁ ମତଦାନ ଚାଲୁଥିବା ବେଳେ ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତବି ଅଞ୍ଚଳର ମୋଟ ୪୯ ଲୋକସଭା ଆସନରେ ଚାଲିଛି ମତଦାନ | ସେହିଭଳି ୟୁପିର ରାଏବରେଲି ଆସନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ହେବ । ରାଏବରେଲି ଆସନରୁ ସୋନିଆ ଗାନ୍ଧୀ ଲଗାତର ଜିତିଆସୁଥିଲା ବେଳେ ଏଥର ତାଙ୍କ ପୁତ୍ର ରାହୁଲ ଏଠାରୁ ଲଢୁଛନ୍ତି । ତାଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହ ।

Advertisement

ତେବେ ୫ମ ପର୍ଯ୍ୟାୟରେ ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ର ୧୩, ଓଡିଶାର ୫, ଉତ୍ତରପ୍ରଦେଶର ୧୪, ଓ ପଶ୍ଚିମବଙ୍ଗର ୭ ଏବଂ ଜାମ୍ମୁ-କାଶ୍ମୀର ଓ ଲାଦଖରୁ ଗୋଟିଏ ଲେଖାଏ ଆସନରେ ପାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି | ତେବେ ବହୁ ବଡ ବଡ଼ ନେତା ନିଜ ମତଦାନ ଦେଉଥିବା ସମୟରେ ବହୁ ଅଭିନେତା ଏବଂ ଅଭିନେତ୍ରୀ ସକାଳୁ ଲମ୍ବା ଲାଇନରେ ଭୋଟ ଦେଇଛନ୍ତି |

Leave a Reply

Your email address will not be published. Required fields are marked *