Pratidin TV

Odisha's Digital News Platform

ପ୍ରଥମ ଏଗଜିଟ ପୋଲରେ ଟ୍ରମ୍ପଙ୍କ ଉପରେ ଭାରିପଡିଲେ କମଳା ହ୍ୟାରିସ

1 min read

ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ବୁଥ୍‌ଗୁଡ଼ିକରେ ଭୋଟରମାନଙ୍କ ଧାଡ଼ି ଦେଖିବାକୁ ମିଳିଥିଲା। ପୂର୍ବରୁ ୮୨ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିସାରିଥିବାବେଳେ ମଙ୍ଗଳବାର ୨୪୪ ନିୟୁତ ଆମେରିକୀୟ ମତଦାନ କରିଛନ୍ତି। ବୁଧବାର ଭୋଟଗଣତି ପରେ ଫଳାଫଳ ପ୍ରକାଶ ପାଇବ। ରିପବ୍ଲିକାନ୍‌ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବାରୁ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ପଦ ପାଇଁ ଭୋଟ ଦେଉଛନ୍ତି ୟୁଏସଏ । ପ୍ରାୟ ସବୁ ସର୍ଭେରେ ଏହି ଦୁଇ ନେତା ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ୭ଟି ‘ସ୍ବିଙ୍ଗ୍‌ ଷ୍ଟେଟ୍‌’ ଉଭୟ ଦଳ ପ୍ରତି ପ୍ରାୟ ସମାନ ସମର୍ଥନ ଥିବା ରାଜ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

Advertisement

ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଭିନ୍ନ ଭିନ୍ନ ଆକଳନ:

ବିବିସି
୭ ସୁଇଙ୍ଗ୍‌ ଷ୍ଟେଟ୍‌ ନିର୍ବାଚନ ଫଳାଫଳକୁ ସ୍ଥିର କରିବେ। ପ୍ରାକ୍‌ ନିର୍ବାଚନୀ ସର୍ଭେଠାରୁ ଅଳ୍ପ କିଛି ପଏଣ୍ଟର ଫରକ୍‌ ଆସିଲେ ସୁଇଙ୍ଗ୍‌ ଷ୍ଟେଟ୍‌ଗୁଡ଼ିକରେ ବିଜୟୀ ପ୍ରାର୍ଥୀଙ୍କ ବ୍ୟବଧାନ ବଢ଼ିବ।

ଓ୍ବାଶିଂଟନ ପୋଷ୍ଟ
ସେପ୍ଟେମ୍ବର ଯାଏ ଟ୍ରମ୍ପ୍‌ ଆଗରେ ଥିଲେ। ଏହା ପରଠାରୁ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା ଅଧିକ ତୀବ୍ର ହୋଇଛି। ଆରିଜୋନା, ନର୍ଥ କ୍ୟାରୋଲିନା ପରି ରାଜ୍ୟରେ ଟ୍ରମ୍ପ୍‌ଙ୍କ ଲିଡ୍‌ କମିଛି। ମିଶିଗାନ୍‌, ପେନ୍‌ସିଲ୍‌ଭାନିଆ ଓ ଓ୍ବିସ୍କୋନ୍‌ସିନରେ ହାରିସ୍‌ଙ୍କ ସ୍ଥିତି ଦୃଢ଼ ରହିଛି।

ରଏଟର୍ସ
ପ୍ରାରମ୍ଭିକ ଗଣତି ସର୍ବଦା ଭ୍ରମାତ୍ମକ ହୋଇଥାଏ। ସେଥିପାଇଁ ଭୋଟ ଗଣତିର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଅଧିକ ଜନସଂଖ୍ୟା ଥିବା ସହରାଞ୍ଚଳଗୁଡ଼ିକରେ ଗଣତି ଲମ୍ବା ସମୟ ଧରି ଚାଲିବ।

ନ୍ୟୁୟର୍କ ଟାଇମ୍ସ
କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି କହିହେବ ନାହିଁ। ପ୍ରତି ସର୍ଭେର କିଛି ମାର୍ଜିନ ଅଫ୍‌ ଏରର୍‌ ରହିଛି । ଫଳାଫଳ ଏକତରଫା ମଧ୍ୟ ହୋଇପାରେ। ୭ ସୁଇଙ୍ଗ୍‌ ଷ୍ଟେଟ୍‌ ହାରିସ୍‌ଙ୍କ ସପକ୍ଷରେ ଗଲେ ୩୧୯ ଇଲେକ୍ଟୋରାଲ ଭୋଟ ସହ ସେ ବିଜୟୀ ହେବେ। କିନ୍ତୁ ଏହି ରାଜ୍ୟଗୁଡ଼ିକରୁ ଟ୍ରମ୍ପ୍‌ ଅଧିକ ସମର୍ଥନ ପାଇଲେ ସେ ୩୧୨ ଇଲେକ୍ଟୋରାଲ ଭୋଟ ସହ ବିଜୟୀ ହେବେ।

ସିଏନ୍‌ଏନ୍‌
କଡ଼ା ମୁକାବିଲା ହେଉଥିବାରୁ କିଏ ଜିତିବା ଆକଳନ କରିବା କଷ୍ଟକର। ପ୍ରଚାର ଆରମ୍ଭର ପ୍ରାରମ୍ଭିକ ସମୟରେ ଏହା ଟ୍ରମ୍ପ୍‌ଙ୍କ ସପକ୍ଷରେ ଗଣମତ ପରି ମନେହେଉଥିଲା। ତେବେ ଜୋ ବାଇଡେନ୍‌ ନିର୍ବାଚନରୁ ଓହରି ହାରିସ୍‌ଙ୍କୁ ପ୍ରାର୍ଥୀ କରିବା ପରେ ନିର୍ବାଚନର ଟ୍ରେଣ୍ଡ୍‌ରେ ପରିବର୍ତ୍ତନ ଆସିଛି ।

Leave a Reply

Your email address will not be published. Required fields are marked *