Pratidin TV

Odisha's Digital News Platform

ସକାଳୁ ଭୁବନେଶ୍ୱରରେ ସ୍ୱାଭାବିକ ହେଲା ବିମାନସେବା

1 min read

ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବାତ୍ୟା ‘ଦାନା’ ପାଇଁ ପ୍ରଭଳ ଝଡ଼ ସୃଷ୍ଟି ହୋଇଥିଲା। ଯାହାକି ଗୁରୁବାର ଓ ଶୁକ୍ରବାର ମଧ୍ୟ ମଧ୍ୟ ରାତ୍ରରେ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ଦାନା’।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁରୁବାର ମଧ୍ୟରାତ୍ରି ପରେ ଏହି ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇ ଶୁକ୍ରବାର ସକାଳ ୧୦ଟା ସୁଦ୍ଧା ଲାଣ୍ଡ୍‌ଫଲ ପ୍ରକ୍ରିୟା ଶେଷ ହୋଇଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ଦାନା’ ଉତ୍ତର ଦିଗକୁ ଗତି କରି ଦୁର୍ବଳ ହେବ ବୋଲି ଆଶା କରାଯାଉଛି। ବାତ୍ୟା ପାଇଁ କାଲି ସନ୍ଧ୍ୟା ୫ଟାରୁ ଉଡ଼ାଣ ବାତିଲ ହୋଇଥିଲା । ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବା ନେଇ ସୂଚନା ମିଳିଛି ।

Advertisement

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିବା ବେଳେ ଆଜି ତାହା ସ୍ୱାଭାବିକ ହୋଇଛି। ଗତକାଲି ମଧ୍ୟ ରାତ୍ରିରେ ବାତ୍ୟା ‘ଦାନା’ ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କଲା ସ୍ଥଳଭାଗ। ଏହାପରେ ଆଜି ସକାଳ ୮ଟାରୁ ଭୁବନେଶ୍ୱରରେ ବିମାନସେବା ସ୍ୱାଭାବିକ ହେବ ।

Leave a Reply

Your email address will not be published. Required fields are marked *