ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା
1 min readଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା | ଆସୁଛି ଆଉ ଏକ ବଡ ଲଘୁଚାପ | ଦକ୍ଷିଣ-ପୂର୍ବ ବାଂଲାଦେଶରେ ସୃଷ୍ଟି ହୋଇଛି ବଡ ଏକ ଘୁର୍ଣ୍ଣିବଳୟ | ଯାହାର ପ୍ରଭାବରେ ୨୪ ଘଣ୍ଟା ଲଗୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର, ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହୋଇପାରେ | ତେବେ ଯେଉଁଥିପାଇଁ ପାଣିପାଗ ବିଭାଗ ଅନୁମାନ କରିଛି ଯେ, ଏହାର ପ୍ରଭାବରେ ଆଜିଠାରୁ ଆରମ୍ଭ କରି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି |
କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏହି ଜିଲ୍ଲାରେ ୧୨ ରୁ ୨0 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ | ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି | ଏହାଛଡା ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ଵର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଗଜପତି, ରାୟଗଡା, କୋରାପୁଟ, ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହି ସବୁ ଜିଲ୍ଲାରେ ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ | ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି | ଏହାଛଡା କେତେକ ଜିଲ୍ଲାରେ ପ୍ରବଳ ଘଡଘଡି ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି | ସେହିପରି ଆସନ୍ତା ରବିବାର ଦିନ ମଧ୍ୟ ବଡ଼ଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ମୟୁରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହି ଜିଲ୍ଲର ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ | ଏଥିନେଇୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |