Pratidin TV

Odisha's Digital News Platform

ପିକୋଲ ଜଙ୍ଗଲରେ ଠାବ ହେଲା କଳରାପତରିଆ, ଭୟଭିତ ଆଖପାଖ ଅଞ୍ଚଳର ଗାଁ ଲୋକେ…

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ ଦେଖାଦେଇଛି କଳରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଏହି କଳରାପତରିଆର ଫୋଟୋ କଏଦ ହୋଇଛି । ଏହି କଳରାପତରିଆର ଫୁଟେଜ ଗତ ୧୪ ତାରିଖ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରା ରୁ ମିଳିଥିଲା । ବର୍ତ୍ତମାନ ମଧ୍ୟ କଳରାପତରିଆ ବାଘ ଟି ପିକୋଲ ଜଙ୍ଗଲରେ ଥିବା ଝାରସୁଗୁଡା ଡିଏଫଓ ସୂଚନା ଦେଇଛନ୍ତି । ଦୀର୍ଘ ୨ ବର୍ଷ ପରେ ଝାରସୁଗୁଡା ଜିଲ୍ଲାରେ ପୁଣି କଳରାପତରିଆ ଦେଖିବାକୁ ମିଳିଥିବା ବେଳେ ବାଘଟି ସୁନ୍ଦରଗଡ଼ ଜିଲ୍ଲା ହିମଗିର ଜଙ୍ଗଲରୁ ଆସିଥାଇ ପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ପିକୋଲ ଜଙ୍ଗଲରେ ବାଘ ଥିବା ଜାଣି ଆଖପାଖ ଗ୍ରାମବାସୀ ଭୟଭିତ ଥିବାବେଳେ ବନବିଭାଗ କଳରାପତରିଆ ପରେ ତୀକ୍ଷ୍ଣ ନଜର ରଖିଛି । ଗ୍ରାମବାସୀଙ୍କୁ ଜଙ୍ଗଲ ଭିତରକୁ ଯିବାପାଇଁ ବାରଣ କରାଯାଇଛି । ଏପରିକି ଭୟରେ ଲୋକେ ମଧ୍ୟ ଘରୁ ବାହାରୁ ନାହାନ୍ତି । ବାଘଟି ବର୍ତ୍ତମାନ ଜଙ୍ଗଲ ଭିତରେ ଥିବାବେଳେ ବନ ବିଭାଗ ପକ୍ଷରୁ ନଜର ରଖାଯିବା ସହ ଆଖପାଖ ଗ୍ରାମବାସୀଙ୍କୁ ସଚେତନ ମଧ୍ୟ କରାଯାଇଛି । ତେବେ ଏହି ଅଂଚଳରେ ଆଗରୁ ମଧ୍ୟ କଳରାପତରିଆ ଦେଖାଦେଇଛି । ଯାହା କେବେ ଗାଁ ମୁହାଁ ହୋଇନାହିଁ । ବାଘଟି ହେମଗିର ଜଙ୍ଗଲ ପଟୁ ଆସି କିଛି ଦିନ ଏହି ଜଙ୍ଗଲରେ ରହିବା ପରେ ପୁଣି ଫେରଯାଏ । ତେଣୁ ଏହି କଳରାପତରିଆ ମଧ୍ୟ ଗାଁ ମୁହାଁ ହେବାର ଆଶଙ୍କା ନ ଥରବା ବେଳେ ବନବିଭାଗ ପକ୍ଷରୁ ଏହା ଉପରେ ନଜର ରଖାଯାଇଛି ଥିବା ଝାରସୁଗୁଡା ଡିଏଫଓ କହିଛନ୍ତି ।

Leave a Reply

Your email address will not be published. Required fields are marked *