Pratidin TV

Odisha's Digital News Platform

ସଲମାନ ଖାନ ଫାୟାରିଂ କେସ୍ ରେ ଜଣେ ଅଭିଯୁକ୍ତ ନିଜକୁ ମାରିବାକୁ କରିଛନ୍ତି ଉଦ୍ୟମ

1 min read

ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ମାଡ଼ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏହି ଦୁର୍ଘଟଣା ପରେ ସଲମାନଙ୍କ ସୁରକ୍ଷା ବୃଦ୍ଧି ପାଇଥିବାବେଳେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। କିନ୍ତୁ ଏହି ସମୟରେ ଏକ ନୂତନ ଖବର ସାମ୍ନାକୁ ଆସିଛି | ସଲମାନଙ୍କ ଘରେ ଗୁଳି ମାଡ଼ରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଅଭିଯୁକ୍ତ ଜଣକ ହେଲେ ଅନୁଜ ଥାପାନ ।

ଏହି ଗୁଳି ମାଡ଼ରେ ଅନୁଜ ଥାପନଙ୍କୁ ଗିରଫ କରାଯାଇଥିଲା। ସେ ଗତ କିଛି ଦିନ ହେବ ପୋଲିସ ହେପାଜତରେ ଥିଲେ। କ୍ରାଇମ ବ୍ରାଞ୍ଚ ସୂତ୍ର ଅନୁଯାୟୀ ଅନୁଜ ଥାପାନ କ୍ରାଇମ ବ୍ରାଞ୍ଚର ହେପାଜତରେ ବେଡ ଭଳି କିଛି ଜିନିଷରେ ନିଜକୁ ଟାଙ୍ଗି ଦେଇଥିଲେ। ସୂଚନାନୁସାରେ, ତାଙ୍କୁ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ଯାଞ୍ଚ କରିବା ପରେ ଅନୁଜଙ୍କର ବର୍ତ୍ତମାନ ଅବସ୍ଥା ଗୁରୁତର ଥିବା ନେଇ ଡାକ୍ତର କହିଥିଲେ । ଅନୁଜ ୧୪ ଏପ୍ରିଲରେ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା । ମୁମ୍ବାଇ ପୋଲିସର କ୍ରାଇମ ଶାଖା ଏହି ଅଭିଯୁକ୍ତକୁ ଯାଞ୍ଚ ପରେ ପଞ୍ଜାବରୁ ଗିରଫ କରିଥିଲା।

Advertisement

ଏପ୍ରିଲ ୧୪ ରବିବାର ଦିନ ପ୍ରାୟ ୫ ଟା ସମୟରେ ଗାଲାକ୍ସି ଆପାର୍ଟମେଣ୍ଟରେ ଗୋଟିଏ ପରେ ଗୋଟିଏ ୪-୫ ଗୁଳି ଚଳାଇଥିଲା। ଏହି ଖବର ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଲମାନଙ୍କ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଥିଲେ। ତେବେ ପୋଲିସ ଏବଂ ସରକାର ଖାନ ପରିବାରକୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନଙ୍କ ସହ କିଛି ହୋଇପାରିବ ନାହିଁ। ସଲମାନ ଖାନ ୨-୩ ଦିନ ଗାଲାକ୍ସି ଆପାର୍ଟମେଣ୍ଟରୁ ମଧ୍ୟ ବାହାରକୁ ଆସି ନଥିଲେ। ପୂର୍ବ ଅପେକ୍ଷା ସଲମାନଙ୍କ ସୁରକ୍ଷାକୁ କଡାକଡି କରାଯାଇଛି।

ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲେ। ଏହି ମାମଲରେ ପୁଲିସ ଧାରା ୩୦୭ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହାପରେ ଏପ୍ରିଲ ୧୬ ତାରିଖରେ ବିକ୍କି ଗୁପ୍ତା ଓ ସାଗର ପାଲଙ୍କୁ ଗୁଜରାଟ ଭୁଜରୁ ଗିରଫ କରିଥିଲା। ଗୁପ୍ତା ବାଇକ୍‌ ଚଳାଉଥିବା ବେଳେ ପାଲ ସଲମାନଙ୍କ ଘରକୁ ଉପରକୁ ଗୁଳିମାଡ କରିଥିବା ଅଧିକାରୀମାନେ କହିଥିଲେ ।

ଏମାନଙ୍କୁ ଅନୁଜ ଥାପାନ ହିଁ ବନ୍ଦୁକ ଯୋଗାଇଥିଲା। ପୁଲିସ ପଞ୍ଜାବରୁ ଅନୁଜ ଥାପାନଙ୍କ ସମେତ ସୋନୁ ସୁଭାଷ ଚନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଥିଲା। ଏହାପରେ ଉଭୟଙ୍କୁ ମୁମ୍ବାଇ ଅଣାଯାଇଥିଲା। ଅନୁଜ ଥାପାନ ଜଣେ ଟ୍ରକ୍‌ ହେଲ୍‌ପର ଭାବେ କାମ କରେ। ମାମଲା ରୁଜୁ କରିବା ପରେ ଏବେ ସେ ଏପରି ନିଜକୁ ମାରିବାକୁ କରିଥିଲା ଚେଷ୍ଟା | ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି ବୋଲି ସୂଚନା ମିଳିଛି |

ଏହି ଗୁଳି ମାଡ଼ରେ ଅନୁଜ ଥାପନଙ୍କୁ ଗିରଫ କରାଯାଇଥିଲା। ସେ ଗତ କିଛି ଦିନ ହେବ ପୋଲିସ ହେପାଜତରେ ଥିଲେ। କ୍ରାଇମ ବ୍ରାଞ୍ଚ ସୂତ୍ର ଅନୁଯାୟୀ ଅନୁଜ ଥାପ କ୍ରାଇମ ବ୍ରାଞ୍ଚର ହେପାଜତରେ ବେଡ ଭଳି କିଛି ଜିନିଷରେ ନିଜକୁ ଟାଙ୍ଗି ଦେଇଥିଲେ। ସୂଚନାନୁସାରେ, ତାଙ୍କୁ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ଯାଞ୍ଚ କରିବା ପରେ ଅନୁଜଙ୍କର ମୃତ୍ୟୁ ହୋଇଥିଲା। ଅନୁଜ ୧୪ ଏପ୍ରିଲରେ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା । ମୁମ୍ବାଇ ପୋଲିସର କ୍ରାଇମ ଶାଖା ଏହି ଅଭିଯୁକ୍ତକୁ ଯାଞ୍ଚ ପରେ ପଞ୍ଜାବରୁ ଗିରଫ କରିଥିଲା।

ଏପ୍ରିଲ ୧୪ ରବିବାର ଦିନ ପ୍ରାୟ ୫ ଟା ସମୟରେ ଗାଲାକ୍ସି ଆପାର୍ଟମେଣ୍ଟରେ ଗୋଟିଏ ପରେ ଗୋଟିଏ ୪-୫ ଗୁଳି ଚଳାଇଥିଲା। ଏହି ଖବର ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଲମାନଙ୍କ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତିତ ଥିଲେ। ତେବେ ପୋଲିସ ଏବଂ ସରକାର ଖାନ ପରିବାରକୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନଙ୍କ ସହ କିଛି ହୋଇପାରିବ ନାହିଁ। ସଲମାନ ଖାନ ୨-୩ ଦିନ ଗାଲାକ୍ସି ଆପାର୍ଟମେଣ୍ଟରୁ ମଧ୍ୟ ବାହାରକୁ ଆସି ନଥିଲେ। ପୂର୍ବ ଅପେକ୍ଷା ସଲମାନଙ୍କ ସୁରକ୍ଷାକୁ କଡାକଡି କରାଯାଇଛି।

Leave a Reply

Your email address will not be published. Required fields are marked *