Pratidin TV

Odisha's Digital News Platform

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ୮୯ ଆସନରେ, ୧୨୧୦ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ସରିଲା ପ୍ରଚାର ଆସନ୍ତା କାଲି ହେବ ତାଙ୍କ ଭାଗ୍ୟ ପରୀକ୍ଷା | ୨0୨୪ ଲୋକସଭା ନିର୍ବାଚନର ୨ୟ ପର୍ଯ୍ୟାୟରେ ପ୍ରଚାର ହୋଇଛି ଶେଷ | ତେବେ ଆସନ୍ତା କାଲି ୧୩ଟି ରାଜ୍ୟରେ ହେବ ୮୯ ଆସନରେ ହେବ ମତଦାନ | ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୪ ପ୍ରତିଶତ ମତଦାନ ହୋଇଥିଲା | ତେବେ ଚଳିତ ଲୋକସଭା ନିର୍ବାଚନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି | ଜୁନ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ ଥିବାବେଳେ ଜୁନ ୪ରେ ହେବ ଭୋଟ ଗଣତି | ତେବେ ଆସନ୍ତା କାଲି ୧୩ଟି ରାଜ୍ୟରେ ୮୯ ଲୋକସଭା ଆସନ ପାଇଁ ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟି, କେରଳର ୨୦, ତ୍ରିପୁରା ଏବଂ ଜମ୍ମୁ କଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ହେବ ମତଦାନ।

ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨ୟ ପର୍ଯ୍ୟାୟରେ କେରଳର ୱାଏନାଡା ଆସନରୁ ଲଢ଼ୁଛନ୍ତି ନିର୍ବାଚନ | ତେବେ ବିଭିନ୍ନ ଦଳ ନିଜର ମୁଦ୍ଦା ଉଠାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗତକାଲି ରୋଡ଼ ଶୋ କରଥିଲେ | ଅନ୍ୟପଟେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ତାଙ୍କ ଭାଈଙ୍କ ପାଇଁ ୱାଏନାଡରେ ଜୋରଦାର ପ୍ରଚାର ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା | ଏପରିକି ରାହୁଲ ଗାନ୍ଧୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମାରାଥନ ପ୍ରଚାର କରିଛନ୍ତି |

Leave a Reply

Your email address will not be published. Required fields are marked *