Pratidin TV

Odisha's Digital News Platform

ଅଜବ ପରମ୍ପରା ,ବାହାଘର ପରେ ଝିଅ ବଦଳରେ ପୁଅ ଯାଏ ଶାଶୁଘର ..

1 min read

ଭାରତରେ  ବିଭିନ୍ନ ପରମ୍ପରା ଏବଂ ପ୍ରଥା ରହିଛି। ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପୁରୁଣା ପ୍ରଥାର ଅନୁକରଣ କରିଆସୁଛନ୍ତି। ଏହା ଅନେକ ସମୟରେ ଈଶ୍ୱରଙ୍କ ଉପରେ ପ୍ରଚଳିତ ଥିବାବେଳେ ଆଉ କେତେବେଳେ ପୂର୍ବଜଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏଭଳି ଏକ ପ୍ରଥା ରହିଛି ମେଘାଳୟରେ  । ଯେଉଁଠି ବାହାଘର ପରେ ଝିଅ ନୁହେଁ ବରଂ ପୁଅ  ଯାଏ ଶାଶୂଘର । ତେବେ ବାହାଘର ପରେ ଝିଅ ମାନେ ଶାଶୂଘର ଯାଉଥିବା କାହିଁ କେଉଁ କାଳରୁ ଚାଲି ଆସୁଛି    । ହେଲେ ଏଇଠି କାହିଁକି ପୁଅ ଶାଶୂଘରକୁ ଯାଉଛି ତାହାକୁ ନେଇ ଏବେ ସବୁଠି ବେଶ ଚର୍ଚ୍ଚା ଚାଲିଛି ।

ଦେଶର ଉତ୍ତର ପୂର୍ବ ରାଜ୍ୟ ମେଘାଳୟ । ପରମ୍ପରା ପାଇଁ ସେ ରାଜ୍ୟ ଏବେ ଭାରି ଚର୍ଚ୍ଚାରେ ।  ଖାସ କରି ଖାସି ଜନଜାତିଙ୍କ ମଧ୍ୟରେ ଏକ ଲୋକପ୍ରିୟ ବିବାହ ପରମ୍ପରା ରହିଛି । ଯେଉଁଥିରେ ବିବାହ ପରେ କନ୍ୟା ନୁହେଁ ବରଂ ବର ଶାଶୂ ଘରକୁ ଯାଏ । ଯାହା ଆମ ସମାଜରେ ହୁଏନି । କାରଣ ଆମ ଓଡ଼ିଆ ଘରର ଚଳଣିରେ ଶାଶୂଘରକୁ ଝିଅ ଯିବାର ପ୍ରଥା ରହିଛି । ତେଣୁ ବାହାଘରକୁ କନ୍ୟାଦାନ ବୋଲି କୁହାଯାଏ । ହେଲେ ଏବେ ସେଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି ମେଘାଳୟରେ । କାରଣ ମେଘାଳୟରେ କନ୍ୟା ନୁହେଁ ବର ହିଁ ଶାଶୂଘରକୁ ଯିବାର ପ୍ରଥା ଚାଲିଆସିଛି ।

Advertisement

ଖାସି ଜନଜାତି । ପୂର୍ବରୁ କେବେ ନାଁ ଶୁଣିଥିବେ କି ନାହିଁ ? ହେଲେ ମେଘାଳୟରେ ଏହି ଜନଜାତି ବେଶ ଚର୍ଚ୍ଚାରେ । କାରଣ ପୁଅଙ୍କ ଅପେକ୍ଷା ଝିଅଙ୍କୁ ସେଠାରେ ବେଶୀ ଗୁରୁତ୍ଵ ଦିଆଯାଉଛି । ପୂର୍ବ ମେଘାଳୟରେ ରହୁଥିବା ଏହି ଜନଜାତି ମାଟ୍ରିଲାଇନ୍ ସିଷ୍ଟମ୍ ଅଧୀନରେ କାମ କରନ୍ତି । ଅର୍ଥାତ୍, ମାଆଙ୍କର ସମ୍ପତ୍ତି ପୁଅ ପରିବର୍ତ୍ତେ ତାଙ୍କ ଝିଅକୁ ହସ୍ତାନ୍ତର କରାଯାଏ । ଖାସି ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଅଧିକାର ଉପଭୋଗ ବି କରନ୍ତି । ଯାହା ଭାରତରେ ପ୍ରଥମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

  ସୂଚନା ଅନୁସାରେ, ଖାସି ଝିଅମାନେ ନିଜ ଜୀବନ ସାଥୀ ବାଛିବା ପାଇଁ ସ୍ୱାଧିନତା ପାଇଥାଆନ୍ତି । ଏମିତିକି ଝିଅମାନେ ପୁଅ ଘରକୁ ପ୍ରସ୍ତାବ ଦେଇଥାଆନ୍ତି । କିଏ କିଏ କୁହନ୍ତି ପୁଅ ଘର ପକ୍ଷରୁ ଯୌତୁକ ବି ଝିଅ ଘରକୁ ମିଳେ । ଅବଶ୍ୟ ଏହା କେତେ ସତ, କେତେ ଗପ ସେନେଇ ଆମ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *