ଏହି ଶୋ’ ରେ ନିଜ ଦ୍ୱିତୀୟ ବିବାହ ଭାଙ୍ଗିବାର କାରଣ କହିବେ ଦଲଜିତ୍ କୌର !
1 min readପ୍ରସିଦ୍ଧ ଟିଭି ଅଭିନେତ୍ରୀ ଦଲଜିତ୍ କୌର ତାଙ୍କ ପ୍ରଫେସନାଲ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟରେ ରହିଆସୁଛନ୍ତି | ବ୍ୟବସାୟୀ ନିଖିଲ ପଟେଲଙ୍କ ସହ ଦ୍ୱିତୀୟ ବିବାହ ପରଠାରୁ ଦଲଜିତ ଖବରରେ ଅଛନ୍ତି। କିନ୍ତୁ ଦ୍ୱିତୀୟ ବିବାହର କିଛି ସମୟ ପରେ ଦଲଜିତ ଏବଂ ନିଖିଲଙ୍କ ଅଲଗା ହେବାର ଖବର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ନିକଟରେ ଖବର ଆସିଥିଲା ଯେ ଉଭୟ ଦଲଜିତ ଏବଂ ନିଖିଲ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଥିଲେ। ପରସ୍ପର ସହିତ ସମସ୍ତ ପୋଷ୍ଟଗୁଡିକ ମଧ୍ୟ କାଟିଦେଇଥିଲେ | କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ଛାଡପତ୍ର ଖବରକୁ ନିଶ୍ଚିତ କରିନାହାଁନ୍ତି। କିନ୍ତୁ ବର୍ତ୍ତମାନ ଦଲଜିତଙ୍କ ବିଷୟରେ ଏକ ବଡ ଖବର ଆସୁଛି। ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କ ସୋ ବିଗ୍ ବସ୍ ୧୮ ରେ ଦଲଜିତ୍ ପୁଣିଥରେ ଅଂଶଗ୍ରହଣ କରିପାରିନ୍ତି ।
ତେବେ ପୂର୍ବ ସୂଚନା ଆଧାରରେ ପୂର୍ବରୁ ଦଲଜିତ୍ କୌର ବିଗବସ ୧୩ରେ ନଜର ଆସିଥିଲେ | ବର୍ତ୍ତମାନ ଖବର ଆସୁଛି ଯେ ପୁଣି ଦଲଜିତ୍ କୌର ବିଗବସ OTT ୧୮ରେ ଆସିବାକୁ ଯାଉଛନ୍ତି | ସେ ଏହି ଶୋ ରେ ତାଙ୍କ ବିବାହ ବିଷୟରେ କିଛି କହିପାରିବେ | ନିଖିଲଙ୍କ ଠାରୁ ଅଲଗା ହେବା ବିଷୟରେ ଦଲଜିତ ଗଣମାଧ୍ୟମ ସହ କଥାବାର୍ତ୍ତା କରିନାହାଁନ୍ତି କିନ୍ତୁ ଲାଗୁଛି ଯେ ତାଙ୍କୁ ବିଗ୍ ବସ୍ ରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା ହୋଇପାରନ୍ତି ।