Pratidin TV

Odisha's Digital News Platform

ହୋଟେଲରୁ ୪ଭାଇ ମିଶି ଖାଇଲେ ଅଣ୍ଡା ତରକାରୀ; ପରେ ବିଲ୍ ପେମେଣ୍ଟଣ୍ଟକୁ ନେଇ ବହିଲା ରକ୍ତ

1 min read

ଲକ୍ଷ୍ନୌ: ସମ୍ପତ୍ତି ପାଇଁ କି ଟଙ୍କା ପାଇଁ ପରିବାର ଭିତରେ କଳି ଝଗଡା ଲାଗିଥିବା ଆପଣମାନେ ଶୁଣିଥିବେ । କିନ୍ତୁ ଆପଣମାନେ କେବେ ଶୁଣିଛନ୍ତି ସାମାନ୍ୟ ଅଣ୍ଡା ତରକାରୀକୁ ନେଇ ଭାଇ ଭାଇ ଭିତରେ ମାଡପିଟ ଲାଗିବା ଖବର । ତେବେ ଆଜି ଆମେ ଏଭଳି ଏକ ଖବର ବିଷୟରେ କହିବୁ ଯାହାକୁ ଶୁଣି ଆପଣମାନେ ବି ଆଶ୍ଚିର୍ଯ୍ୟ ହୋଇଯିବେ । ୪ଭାଇ ମିଶି ହୋଟେଲକୁ ଖାଇବାକୁ ଯାଇଥିଲେ । ଆଉ ସେହି ହୋଟେଲରେ ବିଲ ପେମେଣ୍ଟକୁ ନେଇ ଘଟିଗଲା ଜଘନ୍ୟ କାଣ୍ଡ । ହୋଟେଲରେ ଖାଇଥିବା ଖାଦ୍ୟର ପେମେଣ୍ଟକୁ ନେଇ ଆରମ୍ଭ ହୋଇ ଯାଇଥିଲା କଳି ଝଗଡା । ଶେଷରେ ରାଗି ଯାଇ୩ଭାଇ ମିଶି ସାନ ଭାଇର କାଟି ଦେଲେ ତଣ୍ଟି । ଏଥିକିରେ ଶାନ୍ତ ହୋଇ ନଥିବା ସେମାନଙ୍କ ରାଗ ମୃତଦେହକୁ ନେଇ ଫୋପାଡି ପଳାଇଥିଲେ ।ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରବିବାର ଦିନ ନାବାଳକଙ୍କ ମୃତଦେହ ଏକ କଦଳୀ ବଗିଚାରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାର ଯାଂଚ କରିବା ପରେ ସତ୍ୟତା ବାହାରକୁ ଆସିଥିଲା ।ଏହି ଘଟଣାରେ ପୋଲିସ ୨ ଭାଇଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଥିବାରୁ ତାକୁ ସୁଧାର ଗୃହକୁ ପଠାଯାଇଛି । ମୃତକ ଜଣକ ହେଲେ ଚନ୍ଦନଲାଲ ।

ସୂଚନାମୁତାବକ, ଗୁରୁବାର ଦିନ ୪ଜଣ ସର୍ମ୍ପକୀୟ ଭାଇ ମିଶି ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରେ ସେମାନେ ଦୁଇ ପ୍ଲେଟ ଅଣ୍ଡା ତରକାରୀ ଏବଂ ଭାତ ଅର୍ଡର ଦେଇଥିଲେ। କାଇବା ଆସିବା ପରେ ସମସ୍ତେ ମିଳିମିଶି ଖାଇଥିଲେ। ଏହାପରେ ସେମାନଙ୍କର ୧୧୫ ଟଙ୍କା ବିଲ ହୋଇଥିଲା। ଏହି ବିଲ କିଏ ଦେବ ସେ ନେଇ ପରସ୍ପରଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ୩ଜଣ ମିଶି ଚନ୍ଦନଲାଲଙ୍କୁ ଅର୍ଡରର ଟଙ୍କା ଭରିବାକୁ କହିଥିଲେ । କିନ୍ତୁ ସେ ଦେବାକୁ ମନା କରିବାରୁ ରାଗି ଯାଇ ୩ ସର୍ମ୍ପକୀୟ ଭାଇ ତାକୁ ମାରି ଫୋପାଡି ଦେଇଥିଲେ । ପୁୁଅର କୌଣସି ପତ୍ତା ନମିଳିବାରୁ ଚନ୍ଦନଲାଲଙ୍କ ବାପା ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଅ ନିଖୋଜ ହୋଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ରବିବାର ଦିନ ଅହିରୋଲି ଗ୍ରାମ ନିକଟସ୍ଥ ଏକ କଦଳୀ ବଗିଚାରୁ ନାବାଳକର ମୃତଦେହ ଜବତ କରିଥିଲା ପୋଲିସ । ସିସିଟିଭ ଆଧାରରେ ପୋଲିସ ଚନ୍ଦନଲାଲା ଶେଷ ଥର ପାଇଁ କୁଆଡେ ଯାଇଥିଲା ତାହା ଜାଣିବାକୁ ପାଇଥିଲା । ପରେ ୩ଅଭିଯୁକ୍ତକୁ ଧରି ପଚରାଉଚୁରା କରିବା ପରେ ସତ ବାହାରକୁ ଆସିଥିଲା ।

Advertisement

Leave a Reply

Your email address will not be published. Required fields are marked *