Pratidin TV

Odisha's Digital News Platform

ଗରମ ପାଣି ନୁହେଁ ଶୀତ ଋତୁରେ ଗାଧାନ୍ତୁ ଥଣ୍ଡା ପାଣିରେ , ଦୂର ହେବ ଏସବୁ ଶାରୀରିକ ସମସ୍ୟା…..

1 min read

ଭୁବନେଶ୍ୱର ; ଶୀତଋତୁ ଆସିବା ମାତ୍ରେ ଲୋକେ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଶୀତବସ୍ତ୍ର ପିନ୍ଧିଥାନ୍ତି । ତା ଛଡା ଉଷୁମ ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି । ଏହି ଋତୁରେ ଅନକେ ଲୋକ ପାଣି ସହ ଶତ୍ରୁତା କରିନିଅନ୍ତି ଏବଂ ଗରମ ପାଣି ସହିତ ବନ୍ଧୁତା କରିନିଅନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଶୀତଦିନରେ ଗରମପାଣିରେ ଗାଧୋଇବା ଆପଣଙ୍କ ପାଇଁ କେତେ କ୍ଷତିକାରକ । ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଶୀତଋତୁ ରେ ଥଣ୍ଡା ପାଣିରେ ଗାଧୋଇବା କେତେ ହିତକର କ୍ଷ କିନ୍ତୁ ଗବେଷଣା କହୁଛି ଶୀତଋତୁ ରେ ଗରମପାଣି ରେ ଗାଧୋଇବା ଉଚିତ ନୁହେଁ ଏହା ଆମ ଶରୀରର ଅନେକ କ୍ଷତି କରିଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଶୀତଋତୁ ରେ ଥଣ୍ଡା ପାଣିରେ ଗାଧୋଇବା ଗୋଟିଏ ସାମାନ୍ୟ କଥା । ଏହାଦ୍ୱାରା ମାଂସପେଶୀ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ବ୍ଲଡ଼ ସର୍କୁଲେଶନ ବୃଦ୍ଧି ହୋଇଥାଏ ଓ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।

-ଯଦି ଆପଣ ଶୀତଋତୁ ରେ ନିୟମିତ ଥଣ୍ଡା ପାଣିରେ ଗାଧୋଇବେ ତେବେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣଙ୍କ ଇମ୍ୟୁନିଟି ବୃଦ୍ଧି ହୋଇଥାଏ ଯଦି ଆପଣ ଥଣ୍ଡା ପାଣିରେ ଗାଧୋଇବେ ଆପଣଙ୍କ ଶରୀରରେ ଶ୍ୱେତ ରକ୍ତ କୋଷିକା ବୃଦ୍ଧି ହୋଇଥାଏ ଓ ମେଟାବୋଲିଯିମ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ ।

Advertisement

– ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ମୁଡ଼ ଠିକ ରହିଥାଏ , ଥଣ୍ଡା ପାଣି ଗାଧୋଇଲେ ରକ୍ତ ପ୍ରବାହ ଠିକ ଭାବେ ହୋଇଥାଏ ଓ ଧମନୀ ଗୁଡିକ ସୁସ୍ଥ ରହିଥାଏ ।
– ଶୀତ ଋତୁରେ ଗରମ ପାଣି ରେ ଗାଧୋଇବା ଦ୍ୱାରା ତ୍ୱଚା ଶୁଷ୍କ ହୋଇ ଯାଇଥାଏ । ଏବଂ ତ୍ୱଚା ସମନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ । ଆମ ଶରୀରରୁ ମଏଶ୍ଚର ନଷ୍ଟ ହୋଇ ଯାଇଥାଏ । ତେଣୁ ଶୀତ ଋତୁରେ ଥଣ୍ଡା ପାଣିରେ ଗାଧୋଇବା ଜରୁରୀ ।

Leave a Reply

Your email address will not be published. Required fields are marked *