Pratidin TV

Odisha's Digital News Platform

ଜେଲ ଅନ୍ତେବାସୀ ତିଆରି କଲେ ଧୂପ, ଉଚିତ ମୂଲ୍ୟ ଦେଇ କିଣିଲା Swomen Agarbati କମ୍ପାନୀ….

1 min read

ପୁରୀ: ପୁରୀ ଜେଲରେ ଅନ୍ତେବାସୀ କଲେ କମାଲ। ଜେଲ ଭିତରେ ଧୂପ ପ୍ରସ୍ତୁତ କରି ରୋଜଗାର କ୍ଷମ ହୋଇ, ଅନ୍ୟ ପାଇଁ ସାଜିଲେ ଉଦାହରଣ। ସଭିଏଁ କୁହନ୍ତି ଦୃଢ ଇଚ୍ଛା ଶକ୍ତି ଆଗରେ ହାର୍ ମାନେ ସବୁ କିଛି। ଯାହାକୁ ପୁରୀ ଜିଲ୍ଲା କାରାଗାରରେ ଥିବା ଅନ୍ତେବାସୀ କରି ଦେଖାଇଛନ୍ତି। ରୋଜଗାର କରିବାର ନିଶା ଆଜି ତାଙ୍କୁ ଏପରି କିଛି କରି ଦେଇଛି, ଯାହା ଦ୍ୱାରା ଏବେ ସେମାନେ ସଫଳ ବ୍ୟବସାୟୀ। ନିଜ ହାତରେ ଧୂପ ପ୍ରସ୍ତୁତ କରି ତାକୁ ଉଚିତ୍ ମୂଲ୍ୟରେ ବିକ୍ରି କରି ରୋଜଗାର କ୍ଷମ ବନିପାରିଛନ୍ତି ।

ତେବେ ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଅନ୍ତେବାସୀଙ୍କୁ ରୋଜଗାର କ୍ଷମ କରାଇବାକୁ ଅଣ୍ଟା ଭିଡିଥିଲେ ଜେଲର ଅକ୍ଷୟ କୁମାର ଜେନା ଓ ଅଧିକ୍ଷକ ସଞ୍ଜୟ ବର୍ମା। ଏନେଇ ସେ ସମସ୍ତ ଅନୁମତି ମିଳିବା ପରେ ଭୁବନେଶ୍ବର ସ୍ଥିତ Swomen Agarbati ସହ ଯୋଗ।ଯୋଗ୍ କରିଥିଲେ। କମ୍ପାନୀ ପକ୍ଷରୁ ତାଙ୍କୁ ମେସିନ ଓ କଞ୍ଚାମାଲ ଯୋଗାଇ ଦିଆଯାଇଥିବା ବେଳେ ସେମାନେ ପ୍ରସ୍ତୁତ କରିଥିବା ସମସ୍ତ ଧୂପକୁ ଆଜି ନିଜେ କିଣି ନିଜ ଗାଡିରେ ନେଇ ଆସିଛି। ତେବେ ଏହା ହେଉଛି ରାଜ୍ୟର ପ୍ରଥମ ଜେଲ ଯେଉଁଥିରେ ଅନ୍ତେବାସୀଙ୍କ ଦ୍ଵାରା Agarbati ପ୍ରସ୍ତୁତ ହୋଇ ମାର୍କେଟ କୁ ଆସିଛି। ଯାହାକୁ ନେଇ ଜେଲର ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।

Advertisement

ତେବେ କେବଳ ଜେଲ ନୁହଁ ଅନେକ ସମୟରେ ସାଧାରଣ ଲୋକଙ୍କୁ ତଥା ମହିଳା, ଯୁବ ପିଢିଙ୍କୁ ରୋଜଗାରକ୍ଷମ କରାଇଛି Swomen Agarbati। ନିଜ କମ୍ପାନୀରୁ ମେସିନ୍ ଦେବା ସହ କଞ୍ଚାମାଲ ମଧ୍ୟ ଯୋଗାଇ ଦେଇ ପୁଣି ପ୍ରସ୍ଥୁତ ହେଉଥିବା ସମାଗ୍ରୀ କୁ ନିଜେ କିଣି ରାଜ୍ୟ ତଥା ରାଜ୍ୟ ବାହାରେ Swomen Agarbati ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

Leave a Reply

Your email address will not be published. Required fields are marked *