Pratidin TV

Odisha's Digital News Platform

ବିରୋଧୀଙ୍କୁ ମୋଦୀଙ୍କ ସମାଲୋଚନା, ଯେତିକି ଲୁଟିଛ ସୁଧ ମୂଳ ହିସାବରେ ଫେରାଇବ…

1 min read

ଗତକାଲି ଓଡିଶା ପଶ୍ଚିମବଙ୍ଗ ଆୟକର ବିଭାଗର ବଡ ଧରଣର ଚଢାଉ ହୋଇଥିଲା । ଯେଉଁଥିରେ ଆଲମାରୀରୁ କୋଟି କୋଟି ଟଙ୍କା ଜବତ ହୋଇଥିବା ବେଳେ ଶେଷରେ ଟଙ୍କା ଗଣା ମେସିନ ମଧ୍ୟ ଅଚଳ ହୋଇଯାଇଥିଲା । ଏହି କଳାଟଙ୍କ ଜବତକୁ ନେଇ ବିରୋଧୀଙ୍କୁ ସାମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିଜ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ଏନେଇ ମୋଦୀ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ କି ତିନୋଟି ସ୍ମାଇଲ ଇମୋଜୀ ଦେଇ ସେ ଲେଖିଛନ୍ତି ‘ଦେଶବାସୀ ଏହି ନୋଟ୍ ଗୁଡ଼ିକୁ ଦେଖିବା ଉଚିତ୍ ଏବଂ ତା’ପରେ ସେମାନଙ୍କ ନେତାଙ୍କ ସଚ୍ଚୋଟ ଭାଷଣ ଶୁଣିବା ଉଚିତ୍ । ଯାହା ଜନସାଧାରଣଙ୍କଠାରୁ ଲୁଟ୍ ହୋଇଛି । ତାହା ଗୋଟି ଗୋଟି କରି ଫେରସ୍ତ କରିବାକୁ ପଡିବ । ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ।’ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏପରି ଟ୍ୱିଟ୍ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ପିଏମ ମୋଦୀ ସେୟାର କରିଥିବା ପୋଷ୍ଟରେ ଏକ ଦୈନିକ ଖବର କାଗଜରେ ପ୍ରକାଶିତ ହୋଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ ସମ୍ବଲପୁର ବଳଦେବ ସାହୁ ଆଣ୍ଡ ସନ୍ସ କମ୍ପାନୀର ଧନୁପାଲି ସ୍ଥିତ ମହାବୀରପଡାର ମୂକ୍ୟ ମଦଣଭାଟିରେ ପ୍ରଥମେ ଚଢାଉ କରାଯାଇଥିଲା । ଏହି ମହାବୀରପଡା ମୂକ୍ୟ ମଦଭାଟିରୁ ଏସବିଆଇ ମୂକ୍ୟ ଶାଖାକୁ ୩ଟି ଟଙ୍କ ଭର୍ତ୍ତି ବ୍ୟାଗ ଆସିଥିଲା । ଆୟକର ବିଭାଗର ଅଧିକାରୀ କହିଛନ୍ତି ଏହି ସମୟ ମଧ୍ୟରେ ନଗଦ ଭର୍ତ୍ତି ୧୫୬ ବ୍ୟାଗ ଉଦ୍ଧାର କରାଯାଇଥିଲା । ନୋଟ୍ ଗଣନା ଜାରି ରହଥରବା ବେଳେ ଏତେ ପରିମାଣର ଟଙ୍କା ଗଣିବା ଅସମ୍ଭବ ହୋଇଥିାଲ । ବର୍ତ୍ତମାନ ସୁଦ୍ଧା ଏହି ଆକ୍ରମଣରେ ୨୦୦ କୋଟିରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି । ଏହି କଳାଟଙ୍କ ମାମଲାରେ କିଛି ରାଜନେତାଙ୍କ ସମ୍ପୃକ୍ତି ଥିବା କଥା ପ୍ରକାଶିତ ହୋଇଛି । ଝାଡଖଣ୍ଡ କଂଗ୍ରେସ ସାଂସଦ ଦୀରଜ ସାହୁଙ୍କ ସମ୍ବଲପୁର, ରାଉରକେଲା ଓ ବଲାଙ୍ଗିରୀ ସମେତ ୧୦ ଠିକଣାରେ ରେଡ ହୋଇଛି ।

Leave a Reply

Your email address will not be published. Required fields are marked *