Pratidin TV

Odisha's Digital News Platform

ଉମାଶଙ୍କର ହାର୍ଡ ୱେର୍ ଦୋକାନରେ ଆୟକର ବିଭାଗର ଚଢାଉ…

1 min read

କୋରାପୁଟ: ବର୍ଷ ଶେଷରେ ଚାଲିଛି ଆୟକର ବିଭାଗର ଘନ ଘନ ଚଢାଉ । କେଉଁଠି ମଦ ଦୋକାନ ଉପରେ ଚଢାଉ ତ ଆଉ କେଉଁ ସରକାରୀ ଅଧିକାରୀ ଯନ୍ତ୍ରୀଙ୍କ ବା ଘରେ କରୁଛି ରେଡ । ସେହିପରି ଆଜି କୋରାପୁଟ ଜିଲ୍ଲା ଜୟପୁର ସହର ମୂଖ୍ୟ ରାସ୍ତା କଂଗ୍ରେସ ଭବନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉମାଶଙ୍କର ହାର୍ଡ ୱେର୍ ଦୋକାନରେ ଆୟକର ବିଭାଗ ଚଢାଉ ହୋଇଛି । ଆୟକର ବିଭାଗର ଏକ ସ୍ୱତନ୍ତ୍ର ଟିମ ସହ ସ୍ଥାନୀୟ ପୋଲିସ ଉପସ୍ଥିତ ରହି ଦୋକାନରେ ଥିବା ସମସ୍ତ ନଥିପତ୍ର ସହ ପ୍ରମାଣ ପତ୍ରକୁ ତନ୍ନ ତନ୍ନ ଯାଞ୍ଚ୍ କରୁଛି କରୁଛି । ଆଜି ଦିନ ଦିନ ୧୧:୦୦ ଘଣ୍ଟା ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଛି ତନାଘନା ଯାଞ୍ଚ୍ । ଦୋକାନ ମାଲିକଙ୍କ ଉପସ୍ଥିତିରେ ଆୟକର ଟିମ୍ ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *