Pratidin TV

Odisha's Digital News Platform

ଖଣି ମାଲିକ ତଥା ପୂର୍ବତନ ବିଧାୟକ ‘ଜିତୁ ପଟ୍ଟନାୟକ’ଙ୍କ ଘରେ IT ରେଡ୍ ..

1 min read

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଯୋଡ଼ା ସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ କରିଛି ।

ସୂଚନା ଅନୁଯାୟୀ ଆଜି ସକାଳୁ ଆୟକର ବିଭାଗର ଟିମ୍ ଜିତୁ ପଟ୍ଟନାୟକଙ୍କ ଯୋଡ଼ା ସାଇ ମନ୍ଦିର ପାଖରେ ଥିବା ତାଙ୍କର ବାସଭବନ, ବନେଇକଳା ଛକରେ ଥିବା ଖଣି ଅଫିସରେ ଚଢ଼ାଉ କରିଛି ।

Advertisement

ଏଥିସହିତ, ତାଙ୍କର କିଛି ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ହେଉଥିବା ସୂଚନା ମିଳିଛି । ଆୟକର ବିଭାଗ ବିଭିନ୍ନ ଦସ୍ତାବିଜ୍ ଓ କାଗଜପତ୍ର ଜାଞ୍ଚ କରାଯାଉଥିବା ସୂଚନା ମିଳିଛି । ସେ ଟ୍ୟାକ୍ସ ଫାଙ୍କିଛନ୍ତି କି ନାହିଁ, ଏ ବିଷୟରେ ଚଢ଼ାଉ ଜାରି ରହିଛି ।

Leave a Reply

Your email address will not be published. Required fields are marked *